ଧର୍ମଶାଳା,୨୫ଜୁନ୍(ହି.ସ.) - ବୁଧବାର ବିଳମ୍ବିତ ରାତିରେ ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବ୍ରାହ୍ମଣ ସାହି ନିକଟରେ ଥିବା ରାଜା ମେଡିସିନ ଦେକାନରେ ଔଷଧ କିଣାକୁ ନେଇ ମାଲିକ ଓ କର୍ମଚାରୀ ଦୁହେଁ ମିଶି ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଏନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ପରେ ପୋଲିସ ମାଲିକ ଓ କର୍ମଚାରୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ଯୁବକ ୨ଜଣ ହେଲେ ବ୍ରହ୍ମବରଦା ଅଂଚଳର ସୟଦ ଫଇନ ରାଜାଙ୍କ ପୁଅ ସୟଦ ଅର୍ସଦ ରାଜା(୧୯) ଓ କର୍ମଚାରୀ ଜଣକ ହେଲେ ବଡଚଣା ଥାନା ଅନ୍ତର୍ଗତ ତେଲିଗଡ ଗ୍ରାମର ମହମ୍ମଦ ହାପିଜ୍ଙ୍କ ପୁଅ ସରତାଜ ଅଜିଜ୍(୨୭)ବୋଲି ଜଣାପଡିଛି । ସେମାନେ ଔଷଧ କିଣାକୁ ନେଇ ବ୍ରହ୍ମବରଦା ଗ୍ରାମର ଅନନ୍ତ ବେହେରାଙ୍କ ପୁଅ ଅକ୍ଷୟଙ୍କୁ ଆକ୍ରମଣ କରିଥିଲେ । ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତେଜନା ଲାଗି ରହିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପଂହଚିବା ପରେ ଘଟଣା ଶାନ୍ତ ପଡିଥିଲା । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଏସ୍ଆଇ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ