୧୮ ବର୍ଷ ରୁ କମ୍ ଓଡ଼ିଶା କୱାଡି ଟିମ ରେ ସୁବର୍ଣ୍ଣପୁର ଝିଅ ସିରିନ୍ ପାତ୍ର : ସର୍ବ ଭାରତୀୟ କ୍ରୀଡା ରେ ଭାଗ ନେବେ ସିରୀନ
ସୋନପୁର, ୨୬ ଜୁନ୍ (ହି.ସ.)- ୧୮ ବର୍ଷ ରୁ କମ୍ ପ୍ରଥମ ଅଲ୍ ଇଣ୍ଡିଆ କୱାଡ଼ି ପ୍ରତିଯୋଗୀତାକୁ ସୁବର୍ଣ୍ଣପୁର ଜିଲ୍ଲାର ଝିଅ ପାତ୍ର ପ୍ରଥମ ଥର ମନୋନୀତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛା ସୁଅ ଛୁଟିଛି l ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀ
୧୮ ବର୍ଷ ରୁ କମ୍ ଓଡ଼ିଶା କୱାଡି ଟିମ ରେ ସୁବର୍ଣ୍ଣପୁର ଝିଅ ସିରିନ୍ ପାତ୍ର* - ସର୍ବ ଭାରତୀୟ କ୍ରୀଡା ରେ ଭାଗ ନେବେ ସିରିନ -


୧୮ ବର୍ଷ ରୁ କମ୍ ଓଡ଼ିଶା କୱାଡି ଟିମ ରେ ସୁବର୍ଣ୍ଣପୁର ଝିଅ ସିରିନ୍ ପାତ୍ର* - ସର୍ବ ଭାରତୀୟ କ୍ରୀଡା ରେ ଭାଗ ନେବେ ସିରିନ -


ସୋନପୁର, ୨୬ ଜୁନ୍ (ହି.ସ.)- ୧୮ ବର୍ଷ ରୁ କମ୍ ପ୍ରଥମ ଅଲ୍ ଇଣ୍ଡିଆ କୱାଡ଼ି ପ୍ରତିଯୋଗୀତାକୁ ସୁବର୍ଣ୍ଣପୁର ଜିଲ୍ଲାର ଝିଅ

ପାତ୍ର ପ୍ରଥମ ଥର ମନୋନୀତ ହୋଇଥିବା ବେଳେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ସଂଘ ପକ୍ଷରୁ ଶୁଭେଚ୍ଛା ସୁଅ ଛୁଟିଛି l ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ଧାରୀବାଞ୍ଜି ଗାଁ ର ପିତା ଇୟାଦ ପାତ୍ର ଓ ମାତା ପଦ୍ମା ପାତ୍ରଙ୍କ ସୁକନ୍ୟା ଅଟନ୍ତି ସିରୀନ l ଚଳିତ ମାସ କଟକ ବାରବାଟୀରେ ଅଠର ବର୍ଷ ରୁ କମ୍ ବାଳିକା ସିଲେକ୍ସନ୍ ଟ୍ରାଏଲ ରେ ରାଜ୍ୟ ର ସମସ୍ତ ଜିଲ୍ଲା ରୁ ଚାରି ଜଣ ଲେଖାଏଁ ବାଳିକା ସମୁଦାୟ ୧୨୦ ଜଣ ଏହି କାୱାଡ଼ି ପ୍ରତିଯୋଗୀତା ରେ ଭାଗ ନେଇ ଥିବା ବେଳେ ଏଥିରୁ ପ୍ରଥମେ ଓଡ଼ିଶା ର ୨୪ ଜଣ ମନୋନୀତ ହୋଇଥିବା ଜଣା ଯାଇଛି l ଏହି ୨୪ ଜଣ ରୁ ଅଲ୍ ଇଣ୍ଡିଆ କୱାଡି ପାଇଁ ପୁଣି ୧୪ ଜଣ ବାଳିକା ମନୋନୀତ ହୋଇଥିବା ଓ ଓଡ଼ିଶା କୱାଡି ବାଳିକା ଟିମ ମ୍ୟାନେଜର ପୂଜା ଲାକ୍ରା ଓ କୋଚ୍ ହରିପ୍ରୀୟା ମହାପାତ୍ର ଙ୍କ ନେତୃତ୍ଵ ରେ ଏ ୧୪ ଜଣ ବାଳିକା ଉତ୍ତରାଖଣ୍ଡ ହରିଦ୍ଵାର ଅଭିମୁଖେ ଯାତ୍ରା କରିଥିବା ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ସୂଚନା ମିଳିଛି l ଏଇ ୧୪ ଜଣିଆ ସର୍ବ ଭାରତୀୟ କୱାଡି ରେ ଭାଗ ନେବାକୁ ଓଡ଼ିଶା ଟିମ ରେ ସୋନପୁର ଜିଲ୍ଲାର ର ଝିଅ ସିରିନ ଜିଲ୍ଲା ତଥା ଓଡ଼ିଶା ରୁ ପ୍ରତିନିଧିତ୍ଵ କରିଥିବାରୁ କୃତୀ ଖେଳାଳି ଶିରିନ କୁ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ବିଭାଗ ଓ କ୍ରୀଡ଼ା ସଂଘ ପକ୍ଷରୁ ସଫଳତା କାମନା ପାଇଁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l କ୍ରୀଡ଼ା ଇତିହାସ ରେ ଏ ଜିଲ୍ଲା ପାଈଁ ଏହା ପ୍ରଥମ ଖେଳାଳି ହୋଇ ଥିବାରୁ ଜିଲ୍ଲା ଓ ରାଜ୍ୟ ପାଈଁ ସେ ଗୌରବ ବୃଦ୍ଧି କରିଛନ୍ତି l ଏ ସଫଳତାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର, କ୍ରୀଡ଼ା ସଂଘ ସମ୍ପାଦକ ପୀୟୂଷ ପଣ୍ଡା, ଉପ ସଭାପତି ଚିତ୍ତ ରଞ୍ଜନ ତରା ସିଆ , ସହ ସଂପାଦକ ନନ୍ଦ କିଶୋର ତ୍ରୀପାଠୀ, ଉପଦେଷ୍ଟା ଗୌରୀ ଶ୍ୟାମ ପଣ୍ଡା, କଇରୁ ସ୍ବାଇଁ, ଦିଲ୍ଲିପ ଗୁରୁ, ଭୁକୁଲୁ ବକ୍ସି, ବରିଷ୍ଟ ସଦସ୍ୟ ଗୋପାଳ ବରାଇ, ଜିତେନ୍ଦ୍ର କୁମାର ସାହୁ, ବଳରାମ ପଟ୍ଟନାୟକ, ଗତି କୃଷ୍ଣ ମିଶ୍ର, ବିକାଶ ପଣ୍ଡା,କମଳା କାନ୍ତ ସାହୁ, ବି ସତ୍ୟ ନାରାୟଣ ରାଓ, ଦିଗାମ୍ବର ଶତପଥି, କୃଷ୍ନ ବାଗ, ସୁଦର୍ଶନ ପଣ୍ଡା, କଲିମ୍ ମହମ୍ମଦ, ଭଲିବଲ୍ ସଂପାଦକ ପୁରୋଷୋତ୍ତମ୍ ପାଣିଗ୍ରାହୀ, ଫୁଟବଲ୍ ସଂପାଦକ ରାଜୀବ ସାହୁ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତା କ୍ରୀଡ଼ା ବିଦ୍ ସିରିନ୍ ଙ୍କୁ ଶୁଭେଛା ଅଭିନନ୍ଦନ ଜଣାଇ ଛନ୍ତି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande