ପୋଲିସ ଫୋର୍ସ, ଅବକାରୀ ବିଭାଗ ଥିବା ସତ୍ୱେ ନିଶା ରୋକିବା ପାଇଁ ଏସବୁ ଯଥେଷ୍ଟ ନୁହେଁ : ମନ୍ତ୍ରୀ
ଭୁବନେଶ୍ୱର, ୨୬ ଜୁନ (ହି.ସ.)- ନିଶାଦ୍ରବ୍ୟ ଦୁରୂପଯୋଗ ଏବଂ ବେଆଇନ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ କର୍ମଶାଳା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ
ପୋଲିସ ଫୋର୍ସ, ଅବକାରୀ ବିଭାଗ ଥିବା ସତ୍ୱେ ନିଶା ରୋକିବା ପାଇଁ ଏସବୁ ଯଥେଷ୍ଟ ନୁହେଁ : ମନ୍ତ୍ରୀ


ଭୁବନେଶ୍ୱର, ୨୬ ଜୁନ (ହି.ସ.)- ନିଶାଦ୍ରବ୍ୟ ଦୁରୂପଯୋଗ ଏବଂ ବେଆଇନ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରାଜ୍ୟ ସ୍ତରୀୟ କର୍ମଶାଳା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ନିଶା ଦ୍ରବ୍ୟ ବ୍ୟବହାର ଯୋଗୁଁ କ୍ଷତି ହଉଛି। ସୁସ୍ଥ ସମାଜ ଗଠନ ପାଇଁ ଏହାର ନିବାରଣ ଆବଶ୍ୟକ। ନିଶା ସେବନ ଦ୍ୱାରା ପରିବାର ନଷ୍ଟ ହେଉଛି, ନିଶା ସେବନ ପାଇଁ ଜନ ଜାଗରଣ ଆବଶ୍ୟକ। ମୁଁ ଆଦିବାସୀ ସମାଜରୁ ଆସିଛି। ଛୋଟ ବେଳେ ଦେଖିଛି ଅନେକ ଲୋକ ନିଶା ସେବନ କରି ଶିକ୍ଷା ଓ କୌଣସି ବିଷୟରେ ଅବଗତ ନାହାନ୍ତି। ଅଶାନ୍ତି ସୃଷ୍ଟି କରନ୍ତି, ସମୟ ସମୟରେ ମର୍ଡର କରନ୍ତି। ଛୋଟ ବେଳେ ଆମେ କେମିତି ବଂଚି ଯାଇଛୁ। ଆଦିବାସୀ ସମାଜରେ ମଦକୁ ଅତିଥି ସତ୍କାରରେ ବ୍ୟବହାର କରନ୍ତି। କଲେଜରେ ପାଠ ପଢିଲା ବେଳେ ଆଦିବାସୀ ସାହିରେ ରହିଛି, ସମସ୍ତଙ୍କ ଘରେ ମଦ ରନ୍ଧା ହୁଏ। ସେତବେଳେ ନିଶା ନିବାରଣ ପାଇଁ କାମ କରିଛି। ପୋଲିସ ଫୋର୍ସ, ଅବକାରୀ ବିଭାଗ ରହିଛି ତାସତ୍ୱେ ବି ଏସବୁ ଯଥେଷ୍ଟ ନୁହଁ ନିଶା ରୋକିବା ପାଇଁ । ନିଶା ଦ୍ରବ୍ୟର ବ୍ୟବହାର ରାଜନୀତିରେ ହୁଏ ମତେ ବି କଷ୍ଟ ଲାଗେ । ନିର୍ବାଚନ ସମୟରେ ଏସବୁ ହୁଏ। ସଚେତନ କଲେ ସମାଜ ପରିବର୍ତନ ହେବ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande