ଜୟପୁର, ୨୬ ଜୁନ୍ (ହି.ସ.)- ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ସେମାନଙ୍କର ଦାବିଗୁଡ଼ିକ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ବିରୋଧ କରିଛନ୍ତି | ସମସ୍ତ ସଦସ୍ୟ/ସଦସ୍ୟାମାନେ ରାଜ୍ୟ ସରକାରଙ୍କର ମନୋଭାବକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି | ଆସନ୍ତା ୧୪ରୁ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ ସିଧାସଳଖ ଆନ୍ଦୋଳନମୂକ ପନ୍ଥା ଆପଣାଇବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଆଗାମୀ ୧୫ ଦିନ ଭିତରେ ରାଜ୍ୟ ସରକାର ଦାବିଗୁଡ଼ିକ ପୂରଣ ନକଲେ ସଂଘ ଜୁଲାଇ ୭ରୁ ୧୧ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରିବ I ଏହାପରେ ବି ସରକାର ଦାବି ଉପରେ ପଦକ୍ଷେପ ନ ନେଲେ, ଜୁଲାଇ ୧୪ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା କୋରାପୁଟ ଜିଲ୍ଲା ରାଜସ୍ବ ଅମଲା ସଂଘ ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ପ୍ରସନ ନାୟକ, ମନୋଜ ବାରିକ ଓ ଜିଲ୍ଲାର ସମସ୍ତ ରାଜସ୍ବ ଅମଲା ମାନେ ରାଜ୍ୟ ସରକାରଙ୍କୁ ଆନ୍ଦୋଳନ ପାଇଁ ଦାବିପତ୍ର କୋରାପୁଟ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି I ଦାବିଗୁଡ଼ିକ ହେଲା, ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ମୂଳ ଦରମା ଓଆର୍ଏସ୍ପି-୨୦୧୭ ନିୟମ ଅନୁଯାୟୀ ଲେବେଲ- ୯କୁ ବୃଦ୍ଧି, ନୂତନ ପଦ ସୃଷ୍ଟି ଓ ପଦବୀ ପୁନର୍ଗଠନ, କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଲାଗୁ, ୧୯ ୯୦ ମସିହାରେ ଲାଗୁ ନିୟମାବଳୀ ଅନୁଯାୟୀ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ଓଡ଼ିଶା ରାଜସ୍ବ ସେବା ପଦ୍ଧତିରେ ରାଜସ୍ବ ଅମଲାମାନଙ୍କୁ ଶତପ୍ରତିଶତ ପଦୋନ୍ନତି ଆଦି ଦାବି ରହିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି