ଦାରୁ ଦେବତା’ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ
ଜୟପୁର, ୨୬ ଜୁନ୍ (ହି.ସ.) - ଜୟପୁର ସ୍ଥିତ ଶ୍ରୀବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ଠାରେ ରଥଯାତ୍ରା ପର୍ବ ଉପଲକ୍ଷେ ‘ଦାରୁଦେବତା’ ଚିତ୍ରକଳା ଶିବିର ଏବଂ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଗତ ବୁଧବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଯୁଧିଷ୍ଠିକ ମଲ୍ଲିକ ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ପୂର୍ବତନ
ଦାରୁ ଦେବତା’ ଚିତ୍ରକଳା ଶିବିର ଓ ପ୍ରଦର୍ଶନୀ


ଜୟପୁର, ୨୬ ଜୁନ୍ (ହି.ସ.) - ଜୟପୁର ସ୍ଥିତ ଶ୍ରୀବିକ୍ରମ ଚାରୁ ଓ କାରୁକଳା ବିଦ୍ୟାଳୟ ଠାରେ ରଥଯାତ୍ରା ପର୍ବ ଉପଲକ୍ଷେ ‘ଦାରୁଦେବତା’ ଚିତ୍ରକଳା ଶିବିର ଏବଂ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଗତ ବୁଧବାର ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଯୁଧିଷ୍ଠିକ ମଲ୍ଲିକ ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ ପୂର୍ବତନ ଛାତ୍ର ତଥା ଗବେଷକ ପରେଶ ରଥ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଜଗନ୍ନାଥ ସଂସ୍କୃତି ଉପରେ ସୂଚନା ଦେବା ସହ ଉତ୍ସାହିତ କରିଥିଲେ । ସମୁଦାୟ ୩ ଦିନ ଧର ଅନୁଷ୍ଠିତଏହି ଶିବିରରେ ପୂର୍ବତନ ଓ ବର୍ତମାନ ଅଧ୍ୟୟନରତ ୪୦ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଓ ରଥଯାତ୍ରାକୁ ନେଇ ଚିତ୍ରାକଳା ପ୍ରସ୍ତୁତ କରାଯିବ । ସେହିପରି ଆସନ୍ତା ୨୯ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ସଂଧ୍ୟା ୬ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଉକ୍ତ ଚିତ୍ରକଳା ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଓ ଅଧ୍ୟୟନରତ ଛାତ୍ର ଶ୍ରୀକାନ୍ତ ବାରିକ, ମନୋଜ ମହାପାତ୍ର, ଦୀପକ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ କେ. ସୁନୀଲ କୁମାର, ସୁରେନ୍ଦ୍ର ବାଘ ପ୍ରମୁଖ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande