ବଲାଙ୍ଗୀର, ୨୬ ଜୁନ୍(ହି.ସ.) – ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗୀର ଠାରେ ଜିଲ୍ଲା କ୍ରୀଡା ସଂସଦର ଫୁଲବଲ ଟୁର୍ଣ୍ଣାମେଣ୍ଟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଚଳିତ ବର୍ଷ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୮ରୁ ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୯ ଗୋଟି ପଡିଆରେ ହେବ। ଏଥିରେ ୬୪ ଗୋଟି ଦଳ ଭାଗ ନେବେ। ୨୮ ତାରିଖ ଟାଉନ ହାଇସ୍କୁଲ ପଡିଆରେ ଡିଏଫ୍ଏ ବଲାଙ୍ଗୀର ବନାମ୍ ଜେକେୱାଇଏସ୍ କାଲସାଏପାଲି, ଚୁଡାପାଲି ପଡିଆରେ ଡଙ୍ଗାଘାଟ ବନାମ ଲୁଚକିବନ୍ଧ, ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ବନାମ ଭାଟିପଡା, ଜରାସିଂହା ମିନି ଷ୍ଟାଡିୟମ ଠାରେ ଜରାସିଂହା ବନାମ ନାଇକେନସିରା, ସଦାଇପାଲି ସାଇଟ ପଡିଆରେ ସାଇଟ ସଦାଇପାଲି ବନାମ ସରଗାଡ, ଲୋଇସିଂହା ମିନି ଷ୍ଟାଡିୟମ ଠାରେ ଲୋଇସିଂହା ଏଏ ବନାମ ମୁରସୁଣ୍ଡ, ବଙ୍ଗୋମୁଣ୍ଡା ପଡିଆରେ ମମିଆଁ ବନାମ ବଡଗମଡା ଓ ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ବନାମ ଜେଆଇଟିଏମ୍ ବଲାଙ୍ଗୀର ମଧ୍ୟରେ ଉଦ୍ଘାଟନି ମ୍ୟାଚ ହେବ। ସେହିପରି ଗାନ୍ଧୀ ଷ୍ଟାଡିୟମ ବଲାଙ୍ଗୀର ଠାରେ ଜୁଲାଇ ୭ରେ କ୍ୱାଟର ଫାଇନାଲ, ୮ ଓ ୯ରେ ସେମିଫାଇନାଲ ଏବଂ ୧୦ତାରିଖରେ ଫାଇନାଲ ଖେଳ ହେବ। ଉକ୍ତ ବୈଠକରେ ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଓ ଶତ୍ରୁଘନ ସିଂ, ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ସଦସ୍ୟ କୈଳାସଚନ୍ଦ୍ର କର୍ତୀ, ଭୁପେନ୍ଦ୍ର ପ୍ରସାଦ ସିଂ, ଶ୍ରୀକାନ୍ତ ରାଉତ, ନରସିଂସ୍ୱାମୀ ନାଇଡୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ