ଭୁତାପଡା ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ବିଶ୍ୱଶାନ୍ତି ଯଜ୍ଞ ଉଦଯାପିତ
ଭୁତାପଡା ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ବିଶ୍ୱ ଶାନ୍ତି ଯଜ୍ଞ ଉଦଯାପିତ
ଭୁତାପଡା ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ବିଶ୍ୱ ଶାନ୍ତି ଯଜ୍ଞ ଉଦଯାପିତ


ସମ୍ବଲପୁର, ୨୫ ଜୁନ୍ (ହି.ସ.)-

ସମ୍ବଲପୁର ସହର ସ୍ଥିତ ଭୁତାପଡା ମା' ମଙ୍ଗଳା ମନ୍ଦିରରେ ଆଷାଢ଼ କୃଷ୍ଣ ପକ୍ଷ ଷଷ୍ଠୀ ବସୁମତୀ ସ୍ନାନରୁ ଆରମ୍ଭ ହୋଇଥିବା ନବ ଦିନାତ୍ମକ ବିଶ୍ୱ ଶାନ୍ତି ଯଜ୍ଞ ବୁଧବାର ଅମାବାସ୍ୟା ତିଥିରେ ଉଦଯାପିତ ହୋଇଛି I ଏହି ଅବସରରେ ଅପରାହ୍ନ ୪ଟା ସମୟରେ ହୋମ, ଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ପଣ୍ଡିତ ଗୋପାଳ ସୁଆର, ସୁଶାନ୍ତ ପତି, ରଘୁନାଥ ପାଢ଼ୀ ପୂଜା କାର୍ଯ୍ୟ କରିଥିଲେ I ସମ୍ବଲପୁର ମହାନଗର ନିଗମ ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ I

ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ପୀତବାସ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande