କେନ୍ଦୁଝର, ୨୬ ଜୁନ୍ (ହି.ସ.)- ସମଗ୍ର କେନ୍ଦୁଝର ଜିଲ୍ଲା ପାଇଁ ଖୁସିର ଖବର। ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ପତ୍ରସଂଖ୍ୟା ଏଫ୍. ୯-୧/୨୦୨୪(ସି ପି ପି - ଆଇ/ପି ୟୁ)/୧୩୯୬୨୪ ତା ୧୯ ଜୁନ୍ ୨୦୨୫ ଅନୁଯାଇ ଆୟୋଗ ଧରଣୀଧର ବିଶ୍ୱବିଦ୍ୟାଳୟକୁ ତାଙ୍କ ଅଧୀନରେ ଥିବା ବିଶ୍ଵବିଦ୍ୟାଳୟ ମାନଙ୍କ ସହିତ ଧାରା ୨(ଏଫ୍) ୟୁ ଜି ସି ଆକ୍ଟ୍ ୧୯୫୬ ରେ ତାଲିକା ଭୁକ୍ତ କରିଛନ୍ତି। ଫଳରେ ଏହି ଧରଣୀଧର ବିଶ୍ଵବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଛାତ୍ର ବୃତ୍ତି ପାଇବା ସହିତ ଏହି ବିଶ୍ଵବିଦ୍ୟାଳୟ ୟୁଜିସି ନିକଟରୁ ସୈଖିକ ବାତାବରଣର ପରିବୃଦ୍ଧି ପାଇଁ ଅନୁଦାନ ପାଇ ପାରିବ । ଏହା ୦୧-୦୬ -୨୦୨୫ ଠାରୁ ଲାଗୁ ହେବ। ପତ୍ର ମିଳିଲା ପରେ ଛାତ୍ରଛାତ୍ରୀ ତଥା କେନ୍ଦୁଝରର ଜନସାଧାରଣଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA