ଖୋର୍ଦ୍ଧା୨୬ ଜୁନ୍ (ହି.ସ.) - ଗୁରୁବାର ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଂଚଳ ରାଣା ଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ଓ ମ୍ୟାଲେରିଆ( ଭି ବି ଡି) ରୋଗ ନିୟନ୍ତ୍ରଣ ଓ ପ୍ରତିକାର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ, ଅତିରିକ୍ତ ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଷ୍ଟୁରିବାଲା ଜେନା ଯୋଗଦେଇଥିଲେ । ବୈଠକରେ ମଶା ବଂଶ ଦମନ, ନାଳନର୍ଦ୍ଦମା ସଫେଇ, ମଶା ଧୁଆଁ ପ୍ରୟୋଗ, ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ଗାଁ କଲ୍ୟାଣ ସମିତି ମାନଙ୍କ ଦ୍ୱାରା ବ୍ୟାପକ ଜନ ସଚେତନତା କରାଯିବା ଉପରେ ଜିଲ୍ଲା ପାଳ ଗୁରୁତ୍ୱାରୋପ କରିବା ସହ ଜୁଲାଇ ଅଗଷ୍ଟ ଓ ସେପ୍େଟମ୍ବର ମାସ ମଶା ପ୍ରବଣ ହୋଇଥିବାରୁ ପ୍ରତ୍ୟେକ ଶୁକ୍ରବାର (ଡ୍ରାଏ ଡେ) ପାଳନ ନିମନ୍ତେ ପ୍ରତ୍ୟେକ ଅଧିକାରୀ ନିଜନିଜ ଅଧୀନରେ ଥିବା କାର୍ଯ୍ୟାଳୟ ଏବଂ କ୍ଷେତ୍ରରେ ସଫେଇ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ପଂଚାୟତରେ ଡେଙ୍ଗୁ/ମ୍ୟାଲେରିଆ ନମୁନା ଅଧିକ ବାହାରିଛି ସେହି ପଂଚାୟତ ଗୁଡ଼ିକର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାସହ ଜଙ୍ଗଲ ବିଭାଗ, କୃଶିବିଭାଗ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଅଣୁ ଯୋଜନା ପ୍ରସ୍ତୁତ କରି ସି ଡି ଏମ ଏବଂ ପି ଏଚ୍ଚ ଓ ଙ୍କୁ ଦେବେକ୍ଷ ସ୍କୁଲ, ହାଟ, ମନ୍ଦିର ଆଦି ସ୍ଥାନ ମାନଙ୍କରେ ଗ୍ରାମୀଣ କ୍ଷେତ୍ରରେ ଜିଲ୍ଲା ପରିଷଦ ଏବଂ ସହରାଂଚଳ କ୍ଷେତ୍ରରେ ( ଡୁ ଡ଼ା) ବିଶେଷ ଯତ୍ନବାନ ହୋଇ ଡେଙ୍ଗୁ ଓ ମ୍ୟାଲେରିଆ ନିୟନ୍ତ୍ରଣ ଓ ଜିରୋ କାଜୁଆଲ୍ଟୀ (ଶୂନ୍ୟ ମୃତ୍ୟୁ)ପାଇଁ କାର୍ଯ୍ୟ କରିବେ । ଗ୍ରାମୀଣ କ୍ଷେତ୍ରରେ ଆଶା କର୍ମୀ ମାନେ ଘରକୁ ଘର ବୁଲି ସଚେତନତାକୁ ବ୍ୟାପକ କରି। ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ଲକ୍ଷଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ସହ ବାଡ଼ି ବଗିଚାରେ କେଉଁଠି ହେଲେବି ବର୍ଷା ଜଳ ଜମିବାର ପାତ୍ର ଯେପରି ନ ରୁହେ ସ ଦିଗରେ ବାର୍ତା ପହଂଚାଇବେ କ୍ଷ ଜ୍ୱର ହେଲେ ରକ୍ତ ପରୀକ୍ଷା କରାଇ ତଦନୁଯାୟୀ ଚିକିତ୍ସା ନେବାକୁ ଜିଲ୍ଲାପାଳ ସମସ୍ତ ଜିଲ୍ଲା ବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଡେଙ୍ଗୁ ରୋଗ ପରୀକ୍ଷା ପାଇଁ ଜିଲ୍ଲାରେ ୪ଟି ଡେଙ୍ଗୁ ସେଣ୍ଟିନୋଲ ପରୀକ୍ଷା ଗାର ରହିଛି ଯେଉଁଠି ସଂପୂର୍ଣ୍ଣ ମାଗଣାରେ ସେବା ଉପଲବ୍ଧ । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ,ଭୁବନେଶ୍ୱରରେ ଡେଙ୍ଗୁ ୱାର୍ଡ ର ବ୍ୟବସ୍ଥା କରାଯାଇଛି । ଗତ ରବିବାର ସୁଦ୍ଧା ୯୮୬୦ ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୭୩ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭି.ବି. ଡି) ଡାକ୍ତର ଜୀବନ୍ତ କୁମାର ଅଚାର୍ଜି , ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ,ପରିବାର ମଙ୍ଗଳ, ଡାକ୍ତର ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଭେଷଜ,ଡାକ୍ତର ଶ୍ୟାମା ପ୍ରସାଦ ମିତ୍ର, ଡି ପି ଏମ , ଜାତୀୟ ସ୍ୱାସ୍ଥ୍ୟ ମିଶନ, ଖୋର୍ଦ୍ଧା, ଶୁଭକାନ୍ତ ପଶାୟତ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଡ. ଗିତାନସୁ ଦାଶ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ସମେତ ଶିକ୍ଷା, ପୌର ସଂସ୍ଥା,ମିଶନ ଶକ୍ତି, ବିଜ୍ଞାପିତ ପରିଷଦ, କୃଷି, ମତ୍ସ୍ୟ, ଜଙ୍ଗଲ ଓ ପରିବେଶ, ଶିଳ୍ପ ଆଦି ବିଭାଗର ଅଧିକାରୀ, ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀ ବୃନ୍ଦ ଯୋଗ ଦେଇଥିଲେ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶ ଦାତା ଅସିତ୍ କୁମାର ଦାଶ ପାୱାର ପଏଂଟ ପ୍ରଦର୍ଶନରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗ ଲକ୍ଷଣ ଓ ନିରାକରଣ ଉପରେ ବିସ୍ତୃତ ଉପସ୍ଥାପନ ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ