ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ପୁରୀରେ ପାଖାପାଖି ୩୮୭ ଜଣ ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି। ୬୯ଟି ସ୍ଥାନରେ ଫାଷ୍ଟ ଏଡ ସେଂଟର ହୋଇଛି। ଷ୍ଟ୍ରାଟେଜିକ ପଏଂଟ ଗୁଡିକରେ ୭୫ଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। ୨୫୪ଟି ହସ୍ପିଟାଲ ବେଡ ଏବଂ ଆଇସିୟୁ, ଟ୍ରମା କେୟାର, ବର୍ଣ୍ଣ ୟୁନିଟ ପାଇଁ ମଧ୍ୟ ପ୍ରସ୍ତୁତ ରହିଛି। ଭଲ୍ୟୁଂଟିୟର ମାନେ ମଧ୍ୟ ଲୋକଙ୍କ ସହାୟତା ପାଇଁ ରହିବେ । ନିଜେ ସ୍ୱାସ୍ଥ୍ୟ ମନ୍ତ୍ରୀ ପୁରୀରେ ଉପସ୍ଥିତ ରହିବେ । ଆଜି ଅପରାହ୍ନ ୪ଟା ବେଳେ ପୁରୀ ଗସ୍ତ କରି ଭଲ୍ୟୁଂଟିୟର ଏବଂ ସ୍ୱେଛାସେବୀ ମାନଙ୍କ ସହ ଆଲୋଚନା କରିବେ ରାଜ୍ୟପାଳ। ମୁଖ୍ୟମନ୍ତ୍ରୀ ମଧ୍ୟ ରଥଯାତ୍ରା ସୁରୁଖୁରରେ ହେବା ଲାଗି ସମସ୍ତ କାର୍ଯ୍ୟର କିଛି ଦିନ ତଳେ ସମୀକ୍ଷା କରିଛନ୍ତି। ତିନି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବ ମଧ୍ୟ ରଥଯାତ୍ରା ପାଇଁ ପୁରୀ ଯିବାର କାର୍ଯକ୍ରମ ଅଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା