ଅନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ନିଶା କାରବାର ବିରୋଧୀ ଦିବସ ପାଳିତ
କେନ୍ଦୁଝର, ୨୬ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଅନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ନିଶା କାରବାର ବିରୋଧୀ ଦିବସ-୨୦୨୫ ଆଜି ପାଳିତ ହୋଇଯାଇଛି । ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଉଦ
International nisa seban abidha dibas


କେନ୍ଦୁଝର, ୨୬ ଜୁନ୍ (ହି.ସ.)- କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ୱାରା ଅନ୍ତର୍ଜାତୀୟ ନିଶା ସେବନ ଓ ଅବୈଧ ନିଶା କାରବାର ବିରୋଧୀ ଦିବସ-୨୦୨୫ ଆଜି ପାଳିତ ହୋଇଯାଇଛି । ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହାକୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଉଦଘାଟନ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟ ସହଯୋଗ କରିଥିଲେ। ଶତାଧିକ ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ଜିଲ୍ଲା ଅବକାରୀ ବିଭାଗର କର୍ମକର୍ତ୍ତା ଏବଂ ବିଭିନ୍ନ ବେସରକାରୀ ସଂଗଠନର କର୍ମକର୍ତ୍ତା ମାନେ ସହର ପରିକ୍ରମା କରି ନିଶା ନିବାରଣ ନିମନ୍ତେ ବାର୍ତ୍ତା ବାଣ୍ଟିଥିଲେ ।ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲଠାରେ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ଅବକାରୀ ବିଭାଗ କେନ୍ଦୁଝରର ଅଧିକ୍ଷକ ଶ୍ରୀମତୀ ସୀତାରାଣୀ ପଟ୍ଟାୟତ ଓ ଉପ ଅଧିକ୍ଷକ ଦିବ୍ୟ ଦୀପ ଯୋଗ ଦେଇ ନିଜ ନିଜ ଭାଷଣରେ ନିଶା ସେବନ ଦ୍ୱାରା କିପରି କେବଳ ନିଶା ସେବନକାରୀଙ୍କ ବ୍ୟକ୍ତିଗତ ନୁହେଁ ବରଂ ସାମଗ୍ରିକ ଭାବେ ସମାଜ ଉପରେ ପଡୁଥିବା କୁପ୍ରଭାବ ଉପରେ ଆଲୋକପାତ କରିଥିଲେ । ନିଶା କବଳରୁ ଛୋଟ ପିଲାଙ୍କୁ ନିବୃତ ରଖିବା ଏବଂ ଅବୈଧ ନିଶା କାରବାରକୁ ରୋକିବା ପାଇଁ ସରକାରୀ ସ୍ତରରେ ନିଆଯାଉଥିବା ପଦକ୍ଷେପ ବାବଦରେ ଅତିଥି ମାନେ ସୂଚନା ଦେଇଥିଲେ । ଏକ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ନିଶାକୁ ନା କହିବାକୁ ପଡିବ ବୋଲି ମତ ଦେଇଥିଲେ ।

ନିଶା ନିବାରଣ ସଚେତନତା ଲାଗି ବିଦ୍ୟାଳୟସ୍ତରରେ ହେଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି ଦିନ ଅବସରରେ ପୁରସ୍କୃତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande