ଯୋଡ଼ା, ୨୬ ଜୁନ୍ (ହି.ସ.)- ସାମଲ ଇକ୍ବିପ୍ ପକ୍ଷରୁ ବୁଧବାର ସଂଧ୍ୟା ରେ ବଡବିଲ୍ର ଏକ ହୋଟେଲ୍ରେ ଗ୍ରାହକ ଓ ଫାଇନାନ୍ସ ମିଟ୍ର ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଜେସିବି କମ୍ପାନୀର ର ନୂଆ ପ୍ରଯୁକ୍ତି ସହିତ ଆସିଥିବା ଷ୍ଟେଜ ୫ ହୁଇଲ ଲୋଡ଼ର ଓ ଷ୍ଟେଜ ୫ କମ୍ପାକ୍ଟର ର ଭବ୍ୟ ଲଞ୍ଚିଂ କରାଯାଇଥିଲା।
କାର୍ଯ୍ୟକ୍ରମରେ ସାମଲ ଇକ୍ବିପ୍ ର ପ୍ରବନ୍ଧ ନିର୍ଦେଶକ ଗଙ୍ଗାଧର ସାମଲ, ନିର୍ଦେଶକ ଡା. ଅବିନାଶ ସାମଲ, ଜେସିବି ବ୍ୟବସାୟ ମୁଖ୍ୟ ଦେବାଶିଷ ନାଥ ସହିତ କମ୍ପାନୀର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ନୂଆ ଲଞ୍ଚ୍ ହୋଇଥିବା ମେସିନ୍ଗୁଡିକର ବିଶେଷତା ବିଷୟରେ ବ୍ୟବସାୟୀମାନଙ୍କୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୦୦ ରୁ ଅଧିକ ଖଣି ଓ ନିର୍ମାଣ କ୍ଷେତ୍ର ସହିତ ଜଡିତ ବ୍ୟବସାୟୀମାନେ ଉପସ୍ଥିତ ଥିଲେ। ଏହି ନୂଆ ପ୍ରଯୁକ୍ତିରେ ତିଆରି ହୋଇଥିବା ମେସିନ୍ଗୁଡିକ ବ୍ୟବସାୟୀ ମାନଙ୍କ ମଧ୍ୟରେ ଉତ୍ସାହ ଓ ନୂଆ ଆଶା ସୃଷ୍ଟି କରିଥିଲା।
କାର୍ଯ୍ୟକ୍ରମକୁ ସଫଳ କରିବାରେ ସାମାଲ ଇକ୍ବିପ୍ ର ସିଇଓ ରାଜେଶ ମହାନ୍ତି, ସେଲ୍ସ୍ ହେଡ୍ ମୃତ୍ୟୁଞ୍ଜୟ ବିଶ୍ୱାଳ , ଏରିଆ ମ୍ୟାନେଜର୍ ଦୀପ୍ତିବନ୍ତ ଦାସ,ବଡବିଲ୍ ଶାଖା ପରିଚାଳକ ରାଜ କିଶୋର ଜେନା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ ।ଏହି ଅବସରରେ ଉପସ୍ଥିତ ବ୍ୟବସାୟୀମାନେ ସାମଲ ଇକ୍ବିପ୍ ର ଏହି ଉଦ୍ୟମକୁ ସ୍ଥାନୀୟ ଶିଳ୍ପ ଓ ନିର୍ମାଣ କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ