ଡଙ୍ଗରୀ ମଣ୍ଡିରୁ ଧାନ ଉଠାଇବା ଦାବି ନେଇ ଉପ ଜିଲାପାଳଙ୍କ ଦ୍ଵାରସ୍ଥ
ଜୟପୁର, ୨୬ ଜୁନ୍ (ହି.ସ.)- କୋଟପାଡ କୃଷକ କଲ୍ୟାଣ ମଞ୍ଚ ତରଫରୁ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପ ଜିଲାପାଳଙ୍କ ଅନୁପସ୍ଥିତିରେ କାଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ଗତ ୨ା୬ା୨୫ ତାରିଖ ଠାରୁ ଚାଷିଙ୍କ ପଞ୍ଜିକୃତ ମୋବାଇ
ଡଙ୍ଗରୀ ମଣ୍ଡିରୁ ଧାନ ଉଠାଇବା  ଦାବ ନେଇ ଉପ ଜିଲାପାଳ ଙ୍କ ଦ୍ୱାରସ୍ଥ


ଜୟପୁର, ୨୬ ଜୁନ୍ (ହି.ସ.)- କୋଟପାଡ କୃଷକ କଲ୍ୟାଣ ମଞ୍ଚ ତରଫରୁ ଆଜି ଜୟପୁର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉପ ଜିଲାପାଳଙ୍କ ଅନୁପସ୍ଥିତିରେ କାଯ୍ୟାଳୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି ଯେ, ଗତ ୨ା୬ା୨୫ ତାରିଖ ଠାରୁ ଚାଷିଙ୍କ ପଞ୍ଜିକୃତ ମୋବାଇଲରେ ଟୋକେନ ନମ୍ବର ମେସେଜ ଆସିଛି । ସେହି ତାରିଖ ଠାରୁ ସମସ୍ତ ଚାଷି ଧାନ ମଣ୍ଡିରେ ଧାନ ରଖିଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ତାରପୋଲିନ ସେଡ୍ ତଳେ ଧାନ ରଖିଲା ପରେ ସ୍ଥାନ ନିଅଣ୍ଟ ଯୋଗୁଁ ଗେଟ୍ ବାହାରେ ଖାଲି ପଡିଆରେ ଧାନ ରଖାଗଲା । କୋଟପାଡ ଡଙ୍ଗରୀ ମଣ୍ଡିର ପଞ୍ଜିକୃତ ଧାନର ପରିମାଣ ମୋଟ ୧୬ ହଜାର ୫ ଶହ ୨୧ କ୍ୱିଇଣ୍ଟାଲ ରହିଛି । ଏଥି ମଧ୍ୟରୁ ପ୍ରାୟ ୬ ହଜାର କ୍ୱିଇଣ୍ଟାଲ ଧାନ ମଣ୍ଡିରୁ ଉଠିଛି । ବତ୍ତମାନ ପ୍ରାୟ ୧୦ ହଜାର କ୍ୱିଇଣ୍ଟାଲ ଧାନ ଉଠିବାର ଅଛି । ମିଲ ତରଫରୁ ଦୈନିକ ଗୋଟିଏ ଦୁଇଟି ଗାଡି ଆସୁଛି ଯାହା ଫଳରେ ଧାନ ଉଠିବା କଷ୍ଟ ହେଉଛି । ବର୍ଷା ପାଣି ପାଗ ଯୋଗୁଁ ମଣ୍ଡିରେ ଥିବା ଧାନ ବର୍ଷାରେ ଭିଜି ନଷ୍ଟ ହେଇଯାଉଛି । ମଣ୍ଡିରେ ଥିବା ସମସ୍ତ ଧାନର ଲିଖିତ ବିବରଣି ଆରଏମସି କର୍ମଚାରିଙ୍କ ପାଖରେ ରହିଛି । ମଣ୍ଡିରୁ ଧାନ ଉଠିବା ଗତି କମିଯିବା କାରଣରୁ ଆସିଥିବା ଟୋକେନର ସମୟ ସୀମା ଶେଷ ହେବାକୁ ଯାଉଛି । ତେଣୁ ୨୭ ତାରିଖ ସୁଦ୍ଧା ମଣ୍ଡିରେ ଥିବା ସମସ୍ତ ଧାନ ପାଇ ଚାଷି ଙ୍କ ଆଖି ସ୍କେନ କୋଟପାଡ ଲ୍ୟାମ୍ପସ ରେ କରାଯାଉ , ଧାନ ଶିଘ୍ର ଉଠାଯାଉ । ନଚେତ ସମସ୍ତ ଚାଷି ରାସ୍ତା ଅବରୋଧ କରି ଧାରଣା ଦେବାକୁ ନକୁଳ ନାୟକ, ରଘୁ ଚାଲାଣ, ହେମଦର ମାଝୀ, ଅକ୍ଷୟ ପାଣି ପ୍ରମୁଖ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande