ସୁବର୍ଣ୍ଣପୁର ଠାରେ ନେତ୍ର ଉତ୍ସବ ପାଳନ
ସୁବର୍ଣ୍ଣପୁର, ୨୬ ଜୁନ୍‌(ହି.ସ.) – ପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅଣସର ଲୀଳା ପରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରଉତ୍ସବ ଓ ନବଯୌବନ ବେଶ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଦଧିବାମନ ମନ୍ଦିର ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ଭକ୍ତଙ୍କ ସମାଗମରେ ଚଳଚଂଚଳ ହୋଇଉଠିଛି। ରାଜା ରାଜୁଡ଼ା ଅମଳରୁ ସ୍ୱ
ସୁବର୍ଣ୍ଣପୁର ଠାରେ ନେତ୍ର ଉତ୍ସବ ପାଳନ


ସୁବର୍ଣ୍ଣପୁର ଠାରେ ନେତ୍ର ଉତ୍ସବ ପାଳନ


ସୁବର୍ଣ୍ଣପୁର, ୨୬ ଜୁନ୍‌(ହି.ସ.) – ପ୍ରଭୁଙ୍କ ଦୀର୍ଘ ୧୫ ଦିନର ଅଣସର ଲୀଳା ପରେ ଆଜି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନେତ୍ରଉତ୍ସବ ଓ ନବଯୌବନ ବେଶ ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର, ଶ୍ରୀ ଦଧିବାମନ ମନ୍ଦିର ଓ ଶ୍ରୀ ବୃନ୍ଦାବନ ବିହାରୀ ମନ୍ଦିର ଭକ୍ତଙ୍କ ସମାଗମରେ ଚଳଚଂଚଳ ହୋଇଉଠିଛି। ରାଜା ରାଜୁଡ଼ା ଅମଳରୁ ସ୍ୱର୍ଗତ ଭାଗିରଥି ମହାରଣାଙ୍କ ସୁପୁତ୍ର ବାଗ୍‌ଜି ମହାରଣା ପରମ୍ପରା ଅନୁସାରେ ଆଜି ଦିନକ ପାଇଁ ନେତ୍ର ଉତ୍ସବରେ ରାଜା ଭୂମିକାର ଦାୟିତ୍ୱ ତୁଲାଇଛନ୍ତି। ସହରର ସମସ୍ତ ଜଗନ୍ନାଥ ମନ୍ଦିରରେ ପ୍ରଭୁଙ୍କ ରୀତିନୀତି ଆଜି ପଂଚମୂଳ ଦଶମୂଳ ଅର୍ପଣ କରଯାଇଛି। ଏବଂ ସୁନ୍ଦରାକଣ୍ଡ ସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ନେତ୍ର ଉତ୍ସବରେ ପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ ପାଇଁ ଆଜି ସବୁଠି ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ଜଗନ୍ନାଥ, ଦଧିବାମନ ଓ ବୃନ୍ଦାବନ ବିହାରୀ ମନ୍ଦିରରେ ପୂଜକ ରାମ ଗୋପାଳ ପୁଝାରୀ, ଦେବେଶ ମିଶ୍ର, ପଣ୍ଡିତ ରାଜେନ୍ଦ୍ର ମହାପାତ୍ର ରୀତିକାନ୍ତି ସହ ଆଜି ପୂଜାର୍ଚ୍ଚନା କରିଥିବାବେଳେ ଦେବୋତର କମିଟି ପକ୍ଷରୁ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥିଙ୍କ ସମେତ ସମସ୍ତ ସଦସ୍ୟ ଓ ମନ୍ଦିର ସେବାୟତ ଉତ୍ସବରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande