୨୪ କଇଁଛ ଜବତ, ଜଣେ ଗିରଫ
ମାଲକାନଗିରି, ୨୬ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କାଲିମେଳା ଅଞ୍ଚଳରୁ ୨୪ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି। ବେଆଇନ ବନ୍ୟଜନ୍ତୁ ଚୋରା ଚାଲାଣ ସମ୍ବନ୍ଧରେ ବିଶେଷ ସୂଚନା ପାଇବା ପରେ କାଲିମେଳା ବନପାଳ ମୃତ୍ୟୁଞ୍ଜୟ
୨୪କଇଁଛ ଜବତ ଜଣେ ଗିରଫ


୨୪କଇଁଛ ଜବତ ଜଣେ ଗିରଫ


ମାଲକାନଗିରି, ୨୬ ଜୁନ୍ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କାଲିମେଳା ଅଞ୍ଚଳରୁ ୨୪ଟି ଜୀବନ୍ତ କଇଁଛ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ବେଆଇନ ବନ୍ୟଜନ୍ତୁ ଚୋରା ଚାଲାଣ ସମ୍ବନ୍ଧରେ ବିଶେଷ ସୂଚନା ପାଇବା ପରେ କାଲିମେଳା ବନପାଳ ମୃତ୍ୟୁଞ୍ଜୟ ସେଠି, ସୁମିତ ବିଶ୍ୱାସ ଓ କୋଇମେଟଲା ରାଜସ୍ୱ ନିରୀକ୍ଷକ ଏକ ମିଳିତ ଟିମ କାଲିମେଳା ଅଞ୍ଚଳର ମାଙ୍ଗିପାଲି ଗ୍ରାମରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଏମପିଭି-୬୩ ଗାଁର ସୁବାଶ ଦେ ନାମକ ଜଣେ ବ୍ୟକ୍ତି ଗୋଟିଏ ମୋଟରସାଇକେଲରେ ୨୪ଟି ଜୀବନ୍ତ କଇଁଛ ବିକ୍ରି କରୁଥିବାର ଦେଖିବାକୁ ପାଇଥିଲେ। ସେହି ବ୍ୟକ୍ତିଙ୍କ ଠାରୁ ୨୪ଟି ଜୀବନ୍ତ କଇଁଛ ଉଦ୍ଧାର କରିଥିଲେ। ପୁଙ୍ଖାନୁପୁଙ୍ଖ ପଚରା ଉଚରା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟରେ ହାଜର କରାଯାଇଥିଲା। କଇଁଛ ଚୋରା ଚାଲାଣ ପାଇଁ ବ୍ୟବହୃତ ଗାଡି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା କାଲିମେଳା ବନାଞ୍ଚଳ ଅଧିକାରୀ ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି।

ବନ ବିଭାଗ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହିପରି କୌଣସି ବେଆଇନ କାର୍ଯ୍ୟକଳାପ ବିଷୟରେ ବନ ବିଭାଗ କୁ ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande