ସଦର ପୁଲିସ ପକ୍ଷରୁ ମୃତଦେହ ଉଦ୍ଧାର
ଜୟପୁର, ୨୬ ଜୁନ୍ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ନୂଆପୁଟ୍ ଗ୍ରାମ ଜଙ୍ଗଲରୁ ଏକ ଝୁଲନ୍ତା ମରଶରୀର ଉଦ୍ଧାର କରାଯାଇଛି। ପୂଲିସ ସୁଚନା ଅନୁଯାୟୀ ଗତ ୨୩ ତାରିଖରେ ୬୧ ବର୍ଷିଆ ପର୍ଶୁରାମ ପରଜା ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ ନବୀନ ପରଜା ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ
ସଦର ପୁଲିସ ପକ୍ଷରୁ ମୃତଦେହ ଉଦ୍ଧାର


ଜୟପୁର, ୨୬ ଜୁନ୍ (ହି.ସ.) - ଜୟପୁର ସଦରଥାନା ଅନ୍ତର୍ଗତ ନୂଆପୁଟ୍ ଗ୍ରାମ ଜଙ୍ଗଲରୁ ଏକ ଝୁଲନ୍ତା ମରଶରୀର ଉଦ୍ଧାର କରାଯାଇଛି। ପୂଲିସ ସୁଚନା ଅନୁଯାୟୀ ଗତ ୨୩ ତାରିଖରେ ୬୧ ବର୍ଷିଆ ପର୍ଶୁରାମ ପରଜା ନିଖୋଜ ହୋଇଥିବା ନେଇ ତାଙ୍କ ପୁଅ ନବୀନ ପରଜା ସଦରଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପରିବାର ଲୋକେ ଖୋଜାଖୋଜି କରିବା ପରେ ପାଖ ଗାଁ ଜଙ୍ଗଲରେ ମରଶରୀର ଝୁଲୁଥିବା ଦେଖିବାକୁ ପାଇଲେ। ତୁରନ୍ତ ସଦରଥାନାକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସଦରଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande