ରଥଯାତ୍ରାରେ ଭକ୍ତଙ୍କୁ ସେବା ଯୋଗାଇବ ପୋଲିସ ସେବା ଯାନ
କେନ୍ଦୁଝର, ୨୬ ଜୁନ୍ (ହି.ସ.) - ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଏହି ଯାତ୍ରା ପାଇଁ ସବୁଠି ଆଧ୍ୟାତ୍ମିକ ମାହୋଲ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରଶାସନ, ସାମାଜିକ ସଂଗଠନ,
Seba jana of kjr police


କେନ୍ଦୁଝର, ୨୬ ଜୁନ୍ (ହି.ସ.) - ଆସନ୍ତା କାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ଏହି ଯାତ୍ରା ପାଇଁ ସବୁଠି ଆଧ୍ୟାତ୍ମିକ ମାହୋଲ । କେନ୍ଦୁଝର ଜିଲ୍ଲାରେ ମଧ୍ୟ ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ପ୍ରଶାସନ, ସାମାଜିକ ସଂଗଠନ, ଜିଲ୍ଲା ପୋଲିସ ସମସ୍ତେ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ ପାଇଁ ତତ୍ପର ହୋଇ ରହିଛନ୍ତି। ଏଥର କେନ୍ଦୁଝର ଜିଲ୍ଲା ପୋଲିସ ରଥଯାତ୍ରାକୁ ସାଧାରଣ ଭକ୍ତଙ୍କର ଆହୁରି ସୁଗମ କରିବା ପାଇଁ ସେବା ଯାନ ମୁତୟନ କରିଅଛି। ରଥଯାତ୍ରା ଯୋଗୁଁ ଟ୍ରାଫିକ କଟକଣା ଲାଗୁ ହୋଇଥାଏ। ଏଥିରେ ଭକ୍ତଙ୍କୁ ବହୁ ବାଟ ଚାଲିବାକୁ ପଡ଼ିଥାଏ। ଏହି ଭକ୍ତ ମଧ୍ୟରେ ବୃଦ୍ଧ, ଦିବ୍ୟାଙ୍ଗ ଆଦି ଭକ୍ତ ରହିଥାନ୍ତି। ସେମାନଙ୍କୁ ସ୍ଥାନୀୟ ଦୁଃଖିଆ ଛକରୁ ବଳଦେବଜୀଉଙ୍କ ମନ୍ଦିର ପର୍ଯ୍ୟନ୍ତ ନେବା ଆଣିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଦଶଟି ସେବା ଯାନର ବ୍ୟବସ୍ଥା କରାଯାଇଛି। ଏହି ସେବା ଯାନ ସୁନାବେଶ ଦର୍ଶନ ପର୍ଯ୍ୟନ୍ତ ସେବା ଯୋଗାଇବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande