ଜୟପୁର, ୨୬ ଜୁନ୍ (ହି.ସ.)- ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଅବସରରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଛି । ଆଜି ଜୟପୁର ଉପ ଜିଲାପାଳଙ୍କ କାର୍ଯ୍ୟ lଳୟ ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଶୋଭାଯାତ୍ରାକୁ ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି ସବୁଜ ପତକା ଦେଖାଇ ଉଦଘାଟନ କରଥିଲେ । ଅବକାରି ବିଭାଗ ତରଫରୁ ଆୟୋଜିତ ଏହି ଶୋଭାଯାତ୍ରାରେ ଅବକାରି ନିରିକ୍ଷକ ଶଶିକାନ୍ତ ଦତ୍ତ, ବୈପାରିଗୁଡା ଓଆଇସି ଭଗବାନ ମହାନନ୍ଦିଆ,
ନନ୍ଦପୁର ଓଆଇସି ଅନ୍ନପୂର୍ଣା ରଥ, ଜୟପୁର ଓଆଇସି ସୁବ୍ରତ କେଶୋରି ହିରଣ, ବୋରିଗୁ୍ମ୍ମା ଓଆଇସି ବିଶ୍ୱଜିତ ପାଣିଗ୍ରାହୀ, କୋଟପାଡ ଓଆଇସି ନିଳାଦ୍ରି ମିଶ୍ର ଉପସ୍ଥିତ ଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନେ ଉପସ୍ଥିତ ଥିଲେ । ବର୍ତମାନ ଯୁବ ସମାଜ ଦିନକୁ ଦିନ ନିଶାଗ୍ରସ୍ତ ହେବାରେ ଲାଗୁଥିବା ବେଳେ ନିଜ ଜୀବନକୁ ଛାରଖାର କରୁଛନ୍ତି । ଏଥିରୁ ଯୁବକ ମାନେ କିପରି ମୁକ୍ତି ପାଇବେ ଓ ନିଜ ଜୀବନକୁ ଶାନ୍ତିପୂର୍ଣ୍ଣ ଭାବେ ଅତିବାହିତ କରିପାରିବେ ଓ ସୁନ୍ଦର ଜୀବନ ଜୀବିକା ମଧ୍ୟରେ ରହିବେ ତାହାକୁ ନେଇ ଏହି ଶୋଭାଯାତ୍ରା ମାଧ୍ୟମରେ ସଚେତନ କରାଯାଇଛି । ନିଶାକୁ ନା, ନିଶାଦ୍ରବ୍ୟ ସ୍ୱାସ୍ଥ୍ୟପକ୍ଷେ ହାନୀକାରକ, ନିଶା ଛାଡନ୍ତୁ ଜୀବନ ବାଛନ୍ତୁ ଆଦି ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ଅପମିଶ୍ରିତ ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ ରୋକିବା ଲାଗି ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶୋଭାଯାତ୍ରା ଉପ ଜିଲାପାଳଙ୍କ କାର୍ଯ୍ୟ lଳୟରୁ ବାହାରି ସହର ପରିକ୍ରମା କରିଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି