ଡ୍ରେନରେ ଭାସିଯାଇ ଯୁବକର ମୃତ୍ୟୁ
ଗଞାମ, ୨୬ ଜୁନ୍ (ହି.ସ.)- ଗତକାଲି ଅପରାହ୍ନରେ ବ୍ରହ୍ମପୁରରେ ପ୍ରବଳବର୍ଷା ହେବାଫଳରେ ବର୍ଷାପାଣିରେ ଡ୍ରେନ ଓ ରାସ୍ତାଘାଟ ଏକାକାର ହୋଇଯାଇଥିଲା। ଏହି ସମୟରେ ଖାରବେଳ ନଗରର ଜଣେ ଯୁବକ ମହେନ୍ଦ୍ର ପାଣିଗ୍ରାହୀ ରାସ୍ତାରେ ଯାଉଥିବା ବେଳେ ବଡ ଡାକ୍ତରଖାନା ନିକଟରେ ଥିବା ନାଳରେ ଭାସିଯାଇଥିଲେ l ଲୋକେ
ଡ୍ରେନରେ ଭାସିଯାଇ ଯୁବକର ମୃତ୍ୟୁ


ଗଞାମ, ୨୬ ଜୁନ୍ (ହି.ସ.)-

ଗତକାଲି ଅପରାହ୍ନରେ ବ୍ରହ୍ମପୁରରେ ପ୍ରବଳବର୍ଷା ହେବାଫଳରେ ବର୍ଷାପାଣିରେ ଡ୍ରେନ ଓ ରାସ୍ତାଘାଟ ଏକାକାର ହୋଇଯାଇଥିଲା। ଏହି ସମୟରେ ଖାରବେଳ ନଗରର ଜଣେ ଯୁବକ ମହେନ୍ଦ୍ର ପାଣିଗ୍ରାହୀ ରାସ୍ତାରେ ଯାଉଥିବା ବେଳେ ବଡ ଡାକ୍ତରଖାନା ନିକଟରେ ଥିବା ନାଳରେ ଭାସିଯାଇଥିଲେ l ଲୋକେ ତାଙ୍କୁ ଉଦ୍ଧାର କରି ବଡ ଡାକ୍ତରଖାନାକୁ ସଂଧ୍ୟାରେ ନେଇଥିଲେ, ହେଲେ ସେଠାରେ ଡାକ୍ତର ଯୁବକକୁ ମୃତ ଘୋଷଣା କରିଥିଲେ । ବୈଦନାଥପୁର ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande