ଗ୍ୱୌହାଟୀ, 26 ଜୁନ୍ (ହି.ସ.)
- କାମାଖ୍ୟା ଧାମରେ
୨୨ ଜୁନ ତାରିଖରେ ଆରମ୍ଭ ହୋଇଥିବା ପ୍ରବୃତ୍ତି ସହିତ ଆମ୍ବୁବାସୀ ମହାଯୋଗର ଆଜି ସକାଳେ
ନିବୃତ୍ତି ସହିତ ସମାପନ ହୋଇଛି। ଆମ୍ବୁବାସୀ ମହାଯୋଗ ସମୟରେ ୨୨ ଜୁନରୁ ବନ୍ଦ ଥିବା ମନ୍ଦିରର ଦ୍ୱାର
ଆଜି ସକାଳେ ଦେବୀଙ୍କ ସ୍ନାନ, ବିଧିବତ୍ ପୂଜା-ଅର୍ଚ୍ଚନା
ପରେ ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। ମନ୍ଦିରର କବାଟ ଖୋଲିବା ସହିତ ବହୁ ସଂଖ୍ୟାରେ ଭକ୍ତମାନେ
ମାଆଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। ଗତକାଲି ରାତିଠାରୁ ହିଁ ମାଆଙ୍କ ଦର୍ଶନ ପାଇଁ ଭକ୍ତମାନେ
ଶୃଙ୍ଖଳାବଦ୍ଧ ଭାବରେ ଲାଇନରେ ଠିଆହୋଇଥିଲେ ।
ମୁଖ୍ୟମନ୍ତ୍ରୀ ଡ. ହିମନ୍ତ
ବିଶ୍ୱ ଶର୍ମା ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଶେୟାର କରି କାମାଖ୍ୟା ଧାମରେ ପହଞ୍ଚିଥିବା
ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନିବୃତ୍ତି ଦିନ ସକାଳ
୪ଟାବେଳେ ବିଶେଷ ପୂଜା-ଅର୍ଚ୍ଚନା ସହିତ ମନ୍ଦିର ପ୍ରାଙ୍ଗଣ ଓ ଦେବୀଙ୍କୁ ସୁନ୍ଦର ଭାବେ ଫୁଲରେ
ସଜାଯାଇଥିଲା। ସମ୍ପୂର୍ଣ୍ଣ ବିଶ୍ରାମ ପରେ ମାଆ କାମାଖ୍ୟାଙ୍କ ମୂର୍ତ୍ତିକୁ ଉଜ୍ଜ୍ୱଳ ନୂତନ
ପୋଷାକ ଓ ଫୁଲରେ ଅଲଙ୍କୃତ କରାଯାଇଥିଲା। ମନ୍ଦିରର ଦ୍ୱାର ଖୋଲିବା ସହିତ ଦେଶ-ବିଦେଶରୁ ଆସିଥିବା
ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଲାଇନରେ ଠିଆ ହୋଇଥିଲେ। ଏଥର ଅମ୍ବୁବାସୀ ମେଳା ସମୟରେ କାମାଖ୍ୟା
ପର୍ବତ, ତାହାର ଚାରିପାଖ ଅଞ୍ଚଳ ଓ ସମ୍ପୂର୍ଣ୍ଣ ଗ୍ୱୌହାଟି ସହର ଏକ ଧାର୍ମିକ
ସହରରେ ପରିଣତ ହୋଇଥିଲା। ଦର୍ଶନ, ପୂଜା-ପାଠ ବ୍ୟତିତ ଏହି
ମେଳାରେ ସାଧୁ-ସନ୍ତମାନଙ୍କ ଧାର୍ମିକ ବ୍ୟାଖ୍ୟାନ, ପୁଣ୍ୟ ସ୍ନାନ ଓ
ବିଭିନ୍ନ ଲୋକ ସଂସ୍କୃତିର ପ୍ରଦର୍ଶନ ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା