ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ପକ୍ଷରୁ ବାଇକ ରାଲି
ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଭୁବନେଶ୍ୱରରେ ନାର୍କୋଟିକ୍ସକଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ମାଦକ ଦ୍ରବ୍ୟ ଦୁରୁପଯୋଗ ଏବଂ ଅବୈଧ ଚୋରା ଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି। ଏନସିବି ଭୁବନେଶ୍ୱରର ଜୋନାଲ ନିର୍ଦ୍ଦେଶକ କୂଳଦୀପ ଶର୍ମା, ସମାଜସେ
ନାର୍କୋଟିକ୍ସ କଂଟ୍ରୋଲ     ବ୍ୟୁରୋ ପକ୍ଷରୁ ବାଇକ ରାଲି


ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଭୁବନେଶ୍ୱରରେ ନାର୍କୋଟିକ୍ସକଣ୍ଟ୍ରୋଲ ବ୍ୟୁରୋ

ପକ୍ଷରୁ ମାଦକ ଦ୍ରବ୍ୟ ଦୁରୁପଯୋଗ ଏବଂ ଅବୈଧ ଚୋରା ଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ବାଇକ ରାଲି ଅନୁଷ୍ଠିତ

ହୋଇଯାଇଛି। ଏନସିବି ଭୁବନେଶ୍ୱରର ଜୋନାଲ ନିର୍ଦ୍ଦେଶକ କୂଳଦୀପ ଶର୍ମା, ସମାଜସେବୀ

ସୁଚିସ୍ମିତା ପୃଷ୍ଟି, ଲିଂକନ ସୁବୁଦ୍ଧି ଓ ବାଇକର ଅମିତା ସିଂ ଯୋଗ ଦେଇ ସବୁଜ ପତାକା ଦେଖାଇ ବାଇକ ରାଲିର

ଶୁଭାରମ୍ଭ କରିଥିଲେ। ଏନସିବିର ସ୍ଲୋଗାନ ଥିଲା ନିଶାକୁ ନା’ । ନିଶା କାରବାର ଧରପଗଡ଼ ସହିତ ଦଣ୍ଡ ବିଧାନ ବୃଦ୍ଧି ନେଇ ଏନସିବି କାମ କରୁଛି। ଆଜିକା ଦିନର ଯୁବ ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହୋଇ

ଗଲେଣି। ଏଭଳି ସଚେତନତା କରିବା ଦ୍ୱାରା ଲୋକ ମାନେ ସଚେତିତ ହେବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande