ନେଉଳପୁରରୁ କାଶ୍ମୀର ଯୁବକ ଗିରଫ ହେବାର ଦେଡ ବର୍ଷ ପରେ କୋର୍ଟର ଦଣ୍ଡାଦେଶ
ଧର୍ମଶାଳା,୨୬ଜୁନ୍‌(ହି.ସ.) - ଯାଜଗପୁର ଜିଲା ଧର୍ମଶାଳା ଥାନା ନେଉଳପୁର ମିଲତନଗରରୁ ଗତ ୨୦୨୩ମସିହା ଡିସେମ୍ବର ୧୨ ତାରିଖ ରେ ଗିରଫ ହୋଇଥିବା କାଶ୍ମୀର ଯୁବକ ସୟଦ ଅହେସାନ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ୫ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୁଚନା ମୁତାବକ କାଶ୍ମୀର ଯୁବକ
ନେଉଳପୁରରୁ  କାଶ୍ମୀର ଯୁବକ ଗିରଫ ହେବାର ଦେଡ ବର୍ଷ ପରେ କୋର୍ଟର ଦଣ୍ଡାଦେଶ


ଧର୍ମଶାଳା,୨୬ଜୁନ୍‌(ହି.ସ.) - ଯାଜଗପୁର ଜିଲା ଧର୍ମଶାଳା ଥାନା ନେଉଳପୁର ମିଲତନଗରରୁ ଗତ ୨୦୨୩ମସିହା ଡିସେମ୍ବର ୧୨ ତାରିଖ ରେ ଗିରଫ ହୋଇଥିବା କାଶ୍ମୀର ଯୁବକ ସୟଦ ଅହେସାନ ବୁଖାରୀକୁ ଠକେଇ ମାମଲାରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଆଜି ୫ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୁଚନା ମୁତାବକ କାଶ୍ମୀର ଯୁବକ ବୁଖାରି ନିଜକୁ କାଶ୍ମିର ମେଡିକାଲର ଜଣେ ପ୍ରତିଷ୍ଠିତ ଡାକ୍ତରର ପରିଚୟ ଦେଇ ନେଉଳପୁର ଗ୍ରାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ଅନଲାଇନରେ ଦେଖି ତାଙ୍କ ସହିତ ବିବାହ କରି ନେଉଳପୁର ପଂଚାୟତର ମିଲତନଗରରେ ଏକ ଭଡା ଘରେ ପତ୍ନୀ ସହିତ ରହିଆସୁଥିଲା । ତାର ପତ୍ନୀ ସେଠାରେ ଥିବା ଏକ ଘରୋଇ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ବୁଖାରି ଅଧିକାଂଶ ସମୟ କାଶ୍ମୀରରେ ରହୁଥିବା ବେଳେ ମଝିରେ ମାସେ ଦୁଇ ମାସ ପାଇଁ ମିଲତନଗରରେ ଥିବା ଭଡା ଘରେ ରହୁଥିବା ତା ପତ୍ନୀ ଓ ସାତ ବର୍ଷର ଝିଅ ପାଖକୁ ଆସି ରହିଥାଏ । ତେବେ ତାର ହାବଭାବରେ ପାକିସ୍ତାନ ଲିଙ୍କ ଥିବା ସନ୍ଦେହ କରି ଏସଟିଏଫ ଟିମ ତାକୁ ମିଲତନଗରସ୍ଥିତ ଭଡା ଘରେ ଚଡାଉ କରି ଉଠାଇ ନେଇଥିଲା । ବିଭିନ୍ନ ମାମଲାରେ ତାର ପାକିସ୍ତାନ ଲିଙ୍କ ରହିଥିବା ନେଇ ସେ ସମୟରେ ଚର୍ଚ୍ଚା ହୋଇଥିଲା । ତେବେ ତା ନିକଟରୁ କୌଣସି ପାକିସ୍ତାନ ଲିଙ୍କ ରହିଥିବା ସୁରାଗ ମିଳି ନଥିଲା । ବୁଖାରୀ ଜଣେ ବଡ ଠକ ବୋଲି ପୁଲିସ ତଦନ୍ତରେ ଜଣାପଡିଥିଲା । ବିଭିନ୍ନ ଠକେଇ ମମଲାରେ ତାର ସମ୍ପୃକ୍ତିଥିବା ଜଣାପଡିବା ପରେ ଠକେଇ ମାମଲାରେ ପୁଲିସ ତାକୁ ଗିରଫ କରି କୋର୍ଟ ଚଲାଣ କରିଥିଲା । ସେବେଠାରୁ ସେ ବିଚାର ବିଭାଗୀୟ ଜେଲରେ ରହୁଥିବା ବେଳେ ଚଣ୍ଡିଖୋଲ କୋର୍ଟରେ ତାର ବିଚାର ଚାଲିଥିଲା ଆଜି ଏହାର ରାୟ ପ୍ରକାଶ ପାଇଥିବା ବେଳେ ବୁଖାରୀକୁ ଚଣ୍ଡିଖୋଲ କୋର୍ଟ ଆଜି ବିଭିନ୍ନ ମାମଲରେ ୫ ବର୍ଷ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି ବୋଲି ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande