ଭୁବନେଶ୍ୱର, 26 ଜୁନ୍ (ହି.ସ.)
- ଭୁବନେଶ୍ୱର
ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନୂତନ ବିଲ୍ଡିଂର ଅଗ୍ରଗତିର ସମୀକ୍ଷା କରିବା ସହ କାର୍ଯ୍ୟର
ସ୍ଥିତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ। ମେଡିକାଲ କଲେଜ ବିଲ୍ଡିଂ କାର୍ଯ୍ୟ ତ୍ୱରାନ୍ୱିତ କରିବା
ସହ ଯଥାଶୀଘ୍ର ଶେଷ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଏହି ଅବସରରେ ମନ୍ତ୍ରୀ
କହିଛନ୍ତି ଯେ, ଏହି ମେଡିକାଲ କଲେଜରେ ଆଗାମୀ ଦିନରେ ୟୁଜି ପାଠ୍ୟକ୍ରମ ଖୋଲାଯିବ। ଯାହାକି ରାଜ୍ୟରେ
ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ।
ଏହି ଅବସରରେ କ୍ୟାପିଟାଲ
ହସ୍ପିଟାଲର ନିର୍ଦ୍ଦେଶକ, ସୁପରିଟେଣ୍ଟେଣ୍ଟ,
ଡିଏମଇଟି ନିର୍ଦ୍ଦେଶକ,
ମେଡିକାଲ କଲେଜର ବରିଷ୍ଠ ଅଧିକାରୀ,
ପୂର୍ତ୍ତ ବିଭାଗର ଅଧିକାରୀ,
ବିଏମସି ପ୍ରତିନିଧି,
ନିର୍ମାଣକାରୀ ସଂସ୍ଥାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା