ସଂରକ୍ଷଣ ଖୋଜୁଛି - ଲାଣ୍ଡିବନ୍ଧ ର ପ୍ରସିଦ୍ଧ ମସିଣା
ବୌଦ୍ଧ, ୨୬ ଜୁନ୍ (ହି.ସ.) - ବୌଦ୍ଧ ଜିଲା ହରଭଂଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ସପ ବା ମସିଣା ହେଉଛି ବୌଦ୍ଧ ଜିଲାର ଅନ୍ୟତମ ପରିଚୟ । ଏହି ମସିଣା ତିଆରି କରି ବିକ୍ରି କରିବା ହେଉଛି ଶତାଧିକ ପରିବାରର ପାରମ୍ପରିକ ଓ କୌଳିକ ବୃତି । ବଜାର ଅଭାବରୁ ଏବେ ନାମକୁ ମାତ୍ର କେତେକ ପରିବାର ଏହି ମସିଣା ତିଆରି କରି
ସଂରକ୍ଷଣ ଖୋଜୁଛି - ଲାଣ୍ଡିବନ୍ଧ ର ପ୍ରସିଦ୍ଧ ମସିଣା୧


ସଂରକ୍ଷଣ ଖୋଜୁଛି - ଲାଣ୍ଡିବନ୍ଧ ର ପ୍ରସିଦ୍ଧ ମସିଣା


ବୌଦ୍ଧ, ୨୬ ଜୁନ୍ (ହି.ସ.) - ବୌଦ୍ଧ ଜିଲା ହରଭଂଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ସପ ବା ମସିଣା ହେଉଛି ବୌଦ୍ଧ ଜିଲାର ଅନ୍ୟତମ ପରିଚୟ । ଏହି ମସିଣା ତିଆରି କରି ବିକ୍ରି କରିବା ହେଉଛି ଶତାଧିକ ପରିବାରର ପାରମ୍ପରିକ ଓ କୌଳିକ ବୃତି । ବଜାର ଅଭାବରୁ ଏବେ ନାମକୁ ମାତ୍ର କେତେକ ପରିବାର ଏହି ମସିଣା ତିଆରି କରି ବିକ୍ରି କରୁଛନ୍ତି । ବଜାର କୁ ପ୍ଲାଷ୍ଟିକ ମସିଣା ଆସିବା ପରେ ଏହାର ଚାହିଦା କମିଯାଇଛି । ପ୍ରସିଦ୍ଧି ରହିଥିବା ଏହି ମଶିଣା ସମୟ କ୍ରମେ ନିଜର ଲୋକପ୍ରିୟତା ହରାଇ ବସିଲାଣି । ଜିଲାର ଏହି ଲୋକ କଳା ଓ କୁଟୀର ଶିଳ୍ପ ଏବେ ସରକାରୀ ସହାୟତା ଓ ସଂରକ୍ଷଣ ଖୋଜୁଛି । ରାଜ୍ୟର ଲାଣ୍ଡିବନ୍ଧ ହିଁ ଏକମାତ୍ର ଗ୍ରାମ, ଯେଉଁଠି ଏହି ଧରଣ ର ମସିଣା ବୁଣାଯାଇ ବିକ୍ରି କରାଯାଇଥାଏ । ମହାନଦୀ ପଠାରେ ଥିବା ଏକ ପ୍ରକାରର ଘାସ କୁ ଲୋକେ ସଂଗ୍ରହ କରି ଘରକୁ ଆଣିଥାନ୍ତି । ତାକୁ ସଫା କରି ମଶିଣା ର କଂଚାମାଲ ଭାବେ ବ୍ୟବହାର କରାଯାଇଥାଏ । ପରିବାରର ସମସ୍ତ ସଦସ୍ୟ ଏହି ମସିଣା ତିଆରିରେ ନିଜର ପରିଶ୍ରମ ପ୍ରଦାନ କରିଥାନ୍ତି । ଲୁଗା ବୁଣାଯିବା ଭଳି ଅନ୍ୟ ଏକ ପ୍ରକାରର ତନ୍ତ ସାହାଯ୍ୟରେ ଏହି ମସିଣା ବୁଣାଯାଇଥାଏ । ମସିଣା ବୁଣାଯିବା ପରେ ସେଥିରେ ଶେଷ ସ୍ପର୍ଶ ଦେଇ ବଜାରକୁ ନେଇଥାନ୍ତି ବିକ୍ରି କରିବା ପାଇଁ । ଘାସରେ ତିଆରି ଅନେକ ପ୍ରକାରର ମସିଣା ବଜାର ରେ ବିକ୍ରୟ ହେଉଥିବା ବେଳେ ଲାଣ୍ଡିବନ୍ଧ ଗ୍ରାମର ମସିଣାର ସ୍ୱତନ୍ତ୍ରତା ରହିଛି । ଲାଣ୍ଡିବନ୍ଧ ଗ୍ରାମର ମସିଣା ଉତ୍ପାଦନରେ ସମ୍ପୃକ୍ତ କାରିଗର ମାନଙ୍କୁ ନୂତନ କୌଶଳର ତାଲିମ, କଂଚାମାଲ ଯୋଗାଣ , ଆର୍ôଥକ ସହାୟତା ସହିତ ବଜାର ବ୍ୟବସ୍ଥା କରାଗଲେ ଏହା ପୁନଃର୍ଜୀ୍ୱନ ହାସଲ କରିବ । ନଚେତ କିଛି ବର୍ଷ ପରେ ଏହା କେବଳ କାଗଜପତ୍ର , ଫୋଟୋ ଭିଡ଼ିଓ ରେ ଇତିହାସ ହୋଇ ରହିଯିବ ।

ହିନ୍ଦୁସ୍ଥାନ ସମାଚାର/ସମ୍ପତ / ଭାନୁ

ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା


 rajesh pande