ଭୁବନେଶ୍ୱର, 26 ଜୁନ୍ (ହି.ସ.)- କୋଟିଆରେ ରଥ
ଟାଣିବେ ରାଜସ୍ବ ମନ୍ତ୍ରୀ । ପ୍ରଥମ ଥର ପାଇ
କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ଏକାଧିକ
ମନ୍ତ୍ରୀ । ରଥଯାତ୍ରାରେ ସାମିଲ ହେବାକୁ କୋଟିଆ ବାସୀଙ୍କ ଅନୁରୋଧ ଆସିଥିଲା । ତାକୁ ବିଚାର କରି
କାର୍ଯ୍ୟକ୍ରମ ଚୂଡାନ୍ତ କରାଯାଉଛି । ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ
ରଥଯାତ୍ରାରେ ସାମିଲ ହେବେ ।
ଆସନ୍ତାକାଲି ସୁଦ୍ଧା
କାର୍ଯ୍ୟକ୍ରମ ଚୂଡାନ୍ତ ହେବ । ପୁରି ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ
। ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି. ।
କମିଟିର ପ୍ରଥମ ବୈଠକ ମଧ୍ୟ ସରିଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେ ନେଇ
ସମୀକ୍ଷା କରିପାରନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା