ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ, ୨୬ ଜୁନ୍ (ହି.ସ.)- ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦିରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଦୀର୍ଘ ୧୫ ଦିନ ଅଣସର ତାଟିରେ ବିଜେ କରିଥିଲେ । ଫୁଲୁରି ତେଲ, ଦଶମୂଳ ମୋଦକ ସେବା ପରେ ମହାପ୍ରଭୁ ଚକା ବିଜେ ଓ ଗୁରୁବାର ନବଯ
ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ


ପୁରୀ, ୨୬ ଜୁନ୍ (ହି.ସ.)- ସ୍ନାନପୂର୍ଣ୍ଣିମା ଦିନ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦିରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇ ଦୀର୍ଘ ୧୫ ଦିନ ଅଣସର ତାଟିରେ ବିଜେ କରିଥିଲେ । ଫୁଲୁରି ତେଲ, ଦଶମୂଳ ମୋଦକ ସେବା ପରେ ମହାପ୍ରଭୁ ଚକା ବିଜେ ଓ ଗୁରୁବାର ନବଯୌବନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି । ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥକୁ ଆଜ୍ଞାମାଳ ବିଜେ ନୀତି ହୋଇଥିଲା । ମହାପ୍ରଭୁଙ୍କ ଚକା ଅପସର ନୀତି ଭୋର ୫ଟା ୫୦ରେ ଅନୁଷ୍ଠିତ ହୋଇଥିଲା । ସକାଳ ୬ଟା ୨୦ରେ ମଙ୍ଗଳ ଆଳତି, ୬ଟା ୩୫ରେ ମଇଲମ, ୬ଟା ୪୦ରେ ଅବକାଶ ପୂଜା ଠା, ୬ଟା ୪୫ରେ ଅବକାଶ ପୂଜା ଆରମ୍ଭ ହୋଇ ୭ଟାରେ ଶେଷ ହୋଇଥିଲା । ସକାଳ ୭ଟା ୫ରେ ଦଶାବତାର ଠାକୁର ବାହୁଡା଼ ବିଜେ କରିଥିଲେ । ୭ଟା ୨୫ରେ ତାଟି ଫିଟା, ୭ଟା ୪୦ରେ ପାରିମାଣିକ ଦର୍ଶନ ପରେ ୮ଟାରେ ସର୍ବସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ପ୍ରାୟ ସାଢେ଼ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ । ନେତ୍ରୋତ୍ସବ ପାଇଁ ଦତ୍ତ ମହାପାତ୍ର ସେବକ ତିନୋଟି ରୂପା ପାତ୍ରରେ ଆଖି କଳା ପ୍ରସ୍ତୁତ କରି ପୂଜାପଣ୍ଡା ସେବକ ସେହି ନେତ୍ର ପିତୁଳା ଅଙ୍କନକୁ ସଂପୂର୍ଣ୍ଣ କରିଥିଲେ । ପରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିରରୁ ଆସିବା ପରେ ରଥଖଳାକୁ ଯାଇ ତିନିରଥରରେ ଲାଗି ହୋଇଥିଲା । ପରେ ତିନିରଥ ଦକ୍ଷିଣମୋଡ କରାଯାଇ ସିଂହଦ୍ଵାରରେ ଲାଗିଥିଲା ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande