ଭୁବନେଶ୍ୱର, 26 ଜୁନ୍ (ହି.ସ.)- ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଅଭିଯାନ ଆରମ୍ଭ
ହୋଇଛି । ଏହି ଅବସରରେ ଆୟୋଜିତ ଏକପଦଯାତ୍ରାରେ ସାମିଲ ହୋଇଛନ୍ତି ଯୁବ ପିଢ଼ି । ଆମେ ସଂକଳ୍ପ ନେବା
ନିଶା ନୁହେଁ ଜୀବନ ବାଛିବା। ମାଦକ ଦ୍ରବ୍ୟ ଦୁରୁପଯୋଗ ଏବଂ ଅବୈଧ ଚୋରା ଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ ଅବସରରେ ଆୟୋଜିତ ହୋଇଯାଇଛି
ପଦଯାତ୍ରା କାର୍ଯ୍ୟକ୍ରମ । ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି ନିଶାମୁକ୍ତ ଅଭିଯାନ
କାର୍ଯ୍ୟକ୍ରମ । ଏହି ଆହ୍ବାନ ସହ ଅବକାରୀ ବିଭାଗ ମଙ୍ଗ ଧରିଛି ନିଶା ମୁକ୍ତ ଅଭିଯାନର ।
ରାଜ୍ୟରେ ଚୋରା ମଦ ବିକ୍ରି ହେଉ ଅବା ୧୮ ବର୍ଷରୁ କମ୍ ପିଲାଙ୍କୁ ମଦ କିଣିବା ଅବା ବିକିବା ଦଣ୍ଡନୀୟ
ଅପରାଧ । ଏହି ସମସ୍ତ ଦିଗ ପ୍ରତି ବିଭାଗ ଯଥେଷ୍ଟ ଧ୍ୟାନ ଦେଉଥିବା ଦୃଢୋକ୍ତି ବା ବେଳେ ଆଗାମୀ
ଦିନରେ ରାଜ୍ୟରେ ନିଶା ମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଲକ୍ଷ୍ୟ ରଖିଛି ବିଭାଗ । ଏନେଇ ଆମେ
ସଂକଳ୍ପ ନେବା ନିଶା ନୁହେଁ ଜୀବନ ବାଛିବା ସ୍ଲୋଗାନ ସହ ଏକ ସଚେତନତା ପଦଯାତ୍ରା ଆୟୋଜିତ
ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ , ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ବିଜେପି ନେତ୍ରୀ
ପିଙ୍କି ପ୍ରଧାନସମେତ ଅବକାରୀ ବିଭାଗ ମୁଖ୍ୟ ପ୍ରମୁଖ ଉପସ୍ଥିତ ରହି କଳିଙ୍ଗ ଷ୍ଟାଡିୟମ୍ ରୁ ଜନତା ମଇଦାନ
ଯାଏଁ ପଦଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଏକ ସଚେତନବାର୍ତ୍ତା ଦେଇଥିଲା ଏକ ମଞ୍ଚ
ଅଭିନୟ । ନିଶା ବ୍ୟବହାର କିଭଳି ଆମ ଜୀବନକୁ ନଷ୍ଟ କରୁଛି ତାହା ଦର୍ଶାଇଥିଲେ । ଆସନ୍ତା ମାସେ
ଯାଏଁ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିବ । ଟେଲିଭିଜନ କ୍ୟାମ୍ପେନ୍,
ଭ୍ୟାନ ମାଧ୍ୟମରେ ସଚେତନ କରାଯିବ ବୋଲି ମନ୍ତ୍ରୀ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା