ନୂଆଦିଲ୍ଲୀ, 26 ଜୁନ୍ (ହି.ସ.)
ସାମିଲ ହେବେ ଆରଏସଏସର
ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ
-ଜରୁରୀକାଳ
ପରିସ୍ଥିତିର 50ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜଧାନୀ ଦିଲ୍ଲୀରେ ଡ. ଆମ୍ବେଦକର
ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ବହୁଭାଷୀ ସଂବାଦ କମିଟି ହିନ୍ଦୁସ୍ଥାନ ସମାଚାରର ତତ୍ୱାବଧାନରେ 'ବୈଚାରିକ ମହାକୁମ୍ଭ' ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ଜରୁରୀକାଳ ଉପରେ
ବିଚାରର ମାନସ ମନ୍ଥନ ପ୍ରାୟ 4ଟା ବେଳେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ
ସ୍ଵୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଳେ ଓ କେନ୍ଦ୍ରୀୟ ମନ୍ତ୍ରୀ ନିତିନ ଗଡ଼କରି
ପ୍ରଧାନ ଅତିଥି ଭାବେ ଅଂଶ ନେବେ। ହିନ୍ଦୁସ୍ଥାନ ସମାଚାରର ମୁଖ୍ୟ ସମନ୍ୱୟକ ରାଜେଶ ତିୱାରୀ ଏହି
ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା