ଡକାୟତି ଯୋଜନା ପଣ୍ଡ , ୩ ଗିରଫ
ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରାଜଧାନୀରେ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛି କମିଶନରେଟ୍ ପୋଲିସ୍‌। ଏସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ଦେବଦତ୍ତ ସିଂ କହିଛନ୍ତି ଭରତପୁର ଅଂଚଳରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବୋଲେରୋ ଗାଡି, ୨
ଡକାୟତି ଯୋଜନା ପଣ୍ଡ , ୩ ଗିରଫ


ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରାଜଧାନୀରେ ଏକ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କରିଛି କମିଶନରେଟ୍ ପୋଲିସ୍‌। ଏସମ୍ପର୍କରେ ସୂଚନା ଦେଇ ପୋଲିସ କମିଶନର ଦେବଦତ୍ତ ସିଂ କହିଛନ୍ତି ଭରତପୁର ଅଂଚଳରେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ବୋଲେରୋ ଗାଡି, ୨ ଟି ବନ୍ଧୁକ, ୬ ଟି ଅଫୁଟା ଗୁଳି, ଖଣ୍ଡା, ଭୁଲାଲି, କଟୁରି ଜବତ କରାଯାଇଛି। ଏହାସହ ସୁନା ଚେନ, ୮ ହଜାର ଟଙ୍କା ସହ ୪ ମୋବାଇଲ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତଙ୍କ ନାଁ ରେ ଏକାଧିକ ମାମଲା ରହିଛି ।ଭରତପୁର ଅଂଚଳର ସାଁପୁର ଏରିଆରେ ଏକ ପେଟ୍ରୋଲ ପମ୍ପରୁ ଲୁଟିବା ପାଇଁ ପ୍ଲାନ କରିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ରାଜ ନଗର କେଦ୍ରାପଡ଼ାର ଦୀପ୍ତି ରଞ୍ଜନ ଜେନା ଓ ପ୍ରବୀର ସ୍ୱାଇଁ ଏବଂ ନିଆଳି, କଟକର ଆଶିଷ ରଞ୍ଜନ ଦାଶ। ଏହି ଘଟଣାରେ ଦୁଇଜଣ ଫେରାର ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande