ଭୁବନେଶ୍ୱର, 26 ଜୁନ୍ (ହି.ସ.)
- ଆଜି
ମହାପ୍ରଭୁଙ୍କ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ । ୧୫ ଦିନର ଅଣସର ପରେ ଭକ୍ତଙ୍କୁ ଦର୍ଶନ ଦେଲେ
ଶ୍ରୀଜିଉ । ଅଗଣିତ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ସକାଳ ୯ଟା
ପର୍ଯ୍ୟନ୍ତ ପରିମାଣିକ ବା ଟିକେଟ୍ ଦର୍ଶନ । ୯ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ
ଜାରି ରହିଛି । ଦୁର୍ଲ୍ଲଭ ନବଯୌବନ ଦର୍ଶନ କରି ଶ୍ରଦ୍ଧାଳୁ ଆନନ୍ଦିତ । ଶ୍ରଦ୍ଧାଳୁଙ୍କ ଭିଡ଼କୁ
ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ବାହାରେ ଓ ଭିତରେ ତିନିଥାକିଆ
ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା