ଭୁବନେଶ୍ୱର, 26 ଜୁନ୍ (ହି.ସ.)- ରାତି ପାହିଲେ
ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ରଥ ନିର୍ମାଣ ସରିଛି। ମହାପ୍ରଭୁଙ୍କ ରୀତି ନୀତି ଠିକ ଠାକ
ଚାଲିଛି। ଆସନ୍ତାକାଲି ସମୟ ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ପହଣ୍ଡି ସହିତ ରଥ ଯାତ୍ରା ଠିକ ସମୟରେ ଅନୁଷ୍ଠିତ ହେବ ବୋଲି ଆଇନମନ୍ତ୍ରୀ
ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରାଜ୍ୟ ବାହାରର ମୁଖ୍ୟମନ୍ତ୍ରୀ ରଥଯାତ୍ରା ଦେଖିବା ନେଇ
କୌଣସି ସୂଚନା ଆସିନାହିଁ। ଯଦି ଅତିଥି ଆସିଲେ ସେ ହିସାବରେ ଆମେ ପ୍ରସ୍ତୁତ ଅଛୁ ବୋଲି ମନ୍ତ୍ରୀ
କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା