ଭୁବନେଶ୍ୱର, 26 ଜୁନ୍ (ହି.ସ.)
- ରାତି ପାହିଲେ ମହାପ୍ରଭୁଙ୍କ
ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଆସନ୍ତାକାଲି ଦାରୁବିଗ୍ରହଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ସକାଳ
୯ଟାରେ ତିନି ରଥକୁ ପ୍ରତିଷ୍ଠା କରାଯିବ । ୯ଟା ୧୫ରେ ମଙ୍ଗଳାର୍ପଣ ପରେ ୯ଟା ୩୦ରୁ ପହଣ୍ଡି
ଆରମ୍ଭ ହେବ । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୁଢ ହେବେ । ୨ଟା ୩୦ରୁ ୩ଟା ୩୦
ମଧ୍ୟରେ ଛେରାପହଁରା ନୀତି କରାଯିବ । ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ ।
ଅନ୍ୟ ପଟେ ରଥଯାତ୍ରା
ସୁରକ୍ଷା ବଳୟରେ ପୁରୀ ସହର । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରହିବ ତୀକ୍ଷ୍ଣ ନଜର । ଟ୍ରାଫିକ୍ ରୁଟ୍ ଭିଡିଓ ଜାରି କରିଛି
ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା