ଭୁବନେଶ୍ୱର, 26 ଜୁନ୍ (ହି.ସ.)- କେନ୍ଦ୍ର
ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ସମ୍ବିତ
ପାତ୍ର । ଏନେଇ ସୋସିଆଲ ମିଡିଆ ଏକ୍ସରେ ସମ୍ବିତ ପାତ୍ର କହିଛନ୍ତି ଯେ, ବିଜେପି'ର ବରିଷ୍ଠ ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ
ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା l
ସମ୍ବିତ ପାତ୍ର କହିଛନ୍ତି
ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣ ଦୀର୍ଘାୟୁ ହୁଅନ୍ତୁ ଏବଂ
ସର୍ବଦା ଦେଶ ସେବାରେ ସମର୍ପିତ ରୁହନ୍ତୁ ଓ ଏକ ନୂତନ ଭାରତ ନିର୍ମାଣରେ ଆପଣଙ୍କର
ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତୁ l
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା