ରଥଯାତ୍ରା ପାଇଁ ପ୍ରତି ଜିଲ୍ଲାରୁ ପୁରୀକୁ ଗଡିବ ବସ
ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରଥଯାତ୍ରା ପାଇଁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଆସିବେ। ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ପୁରୀକୁ ବସ ଆସିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ୨୮ ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି। ୧୧ ଟି କ୍ରେନ ମୃତୟନ ହୋଇଛି। ୨୦୦ ଅ
ରଥଯାତ୍ରା ପାଇଁ ପ୍ରତି ଜିଲ୍ଲାରୁ ପୁରୀକୁ ଗଡିବ ବସ


ଭୁବନେଶ୍ୱର, ୨୬ ଜୁନ (ହି.ସ.)- ରଥଯାତ୍ରା ପାଇଁ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ଆସିବେ। ସେଥିପାଇଁ ପରିବହନ ବିଭାଗ ତରଫରୁ ପ୍ରତି ଜିଲ୍ଲାରୁ ପୁରୀକୁ ବସ ଆସିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ୨୮ ଟି ଜାଗାରେ ପାର୍କିଂ ବ୍ୟବସ୍ଥା ହୋଇଛି। ୧୧ ଟି କ୍ରେନ ମୃତୟନ ହୋଇଛି। ୨୦୦ ଅଟୋ ମାଗଣା ସେବା ଦେବେ। ମାଗଣା ଭୋଜନ ବ୍ୟବସ୍ଥା କରାଯାଇଛି। ଘରୋଇ ବସ ଅଧିକ ଟଙ୍କା ଦାବି କଲେ କାର୍ଯ୍ୟାନୁଷ୍ଠାନ ହେବ। ସବୁ ବସରେ ଦର ଲାଗିଛି। ଅନେକ ଭିଭିଆଇପି ଆସିବେ। ରଥଯାତ୍ରା ଦେଖିବାକୁ ଉପରାଷ୍ଟ୍ରପତି ମଧ୍ୟ ପୁରୀ ଆସିବେ। ଅନେକ ଶିଳ୍ପପତି ଆସି ରଥଯାତ୍ରା ଦେଖିବେ। ବର୍ତମାନ ସୁଦ୍ଧା୧୦ ରୁ ୧୨ ଜଣଙ୍କ ତାଲିକା ଆସିଛି। କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ପୁରୀ ରଥଯାତ୍ରା ଦେଖିବାକୁ ଆସିବେ ବୋଲି ମନ୍ତ୍ରୀ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande