ଭୁବନେଶ୍ୱର, 27 ଜୁନ୍ (ହି.ସ.)- ପୋଲିସ
ପକ୍ଷରୁ ଆୟୋଜିତ “ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର” ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀରେ ରଥଯାତ୍ରାକୁ ଶୃଙ୍ଖଳିତ
କରିବା ସହ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ହୋଇଥିବା “ଇଣ୍ଟିଗ୍ରେଟେଡ୍ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ ସେଣ୍ଟର” ପରିଦର୍ଶନ କଲି । ରଥଯାତ୍ରାରେ ପ୍ରଥମ ଥର ପାଇଁ ଡ୍ରୋନ୍ ଓ ଅନ୍ୟାନ୍ୟ
ଟେକ୍ଲୋଲୋଜି ମନିଟରିଂ ଦିଗରେ ଓଡ଼ିଶା ପୋଲିସର ଏହି ବ୍ୟବସ୍ଥା ବେଶ୍ ଉପଯୋଗୀ ଓ ପ୍ରଶଂସନୀୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା