ଭୁବନେଶ୍ୱର, 27 ଜୁନ୍ (ହି.ସ.)- ଆଜି ହେଉଛି
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ରଥଯାତ୍ରାର ଶୁଭକାମନା ଜଣଇଛନ୍ତି ରାଜ୍ୟପାଳ
ଡ.ହରିବାକୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ପ୍ରଭୁ
ଜଗନ୍ନାଥ,
ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ରଥ ଯାତ୍ରାର ଶୁଭ
ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଏହି
ଦିବ୍ୟ ଯାତ୍ରା କେବଳ ଏକ ପବିତ୍ର ରୀତି ନୁହେଁ ବରଂ ଅନ୍ତର୍ଭୁକ୍ତି, ନମ୍ରତା ଏବଂ ପ୍ରଭୁଙ୍କ ବିଶ୍ୱ ପ୍ରେମର ଏକ କାଳଜୟୀ ବାର୍ତ୍ତା।
ଏହି ପବିତ୍ର ଅବସର ଆମର
ଭକ୍ତିକୁ ଗଭୀର ଓ ସାଂସ୍କୃତିକ ଗର୍ବକୁ ମଜବୁତ କରିବା ସହ ସେବା, ସମନ୍ୱୟ ଏବଂ ସାମୂହିକ ମଙ୍ଗଳର ଆଦର୍ଶକୁ ବଜାୟ ରଖିବା ପାଇଁ ଆମକୁ
ପ୍ରେରଣା ଦେଉ।
ଜୟ ଜଗନ୍ନାଥ ଧ୍ୱନି ଏବଂ
ରଥଗୁଡ଼ିକର ମହନୀୟ ଦୃଶ୍ୟ ପ୍ରତ୍ୟେକ ହୃଦୟକୁ ଶାନ୍ତି ଏବଂ ଆଧ୍ୟାତ୍ମିକ ସମୃଦ୍ଧି ଆଣୁ। ଜୟ
ଜଗନ୍ନାଥ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା