ଭୁବନେଶ୍ୱର, 27 ଜୁନ୍ (ହି.ସ.)- ପବିତ୍ର
ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ,ନେଇ ସୋସିଆଲ ମିଡିଆ
ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ଆଜିର ଏହି ପବିତ୍ର ରଥଯାତ୍ରା ଅବସରରେ ସମସ୍ତ
ଓଡ଼ିଶା ତଥା ବିଶ୍ବରେ ଥିବା ସମସ୍ତ ଜଗନ୍ନାଥ ପ୍ରେମୀ ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା।
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆସ୍ଥା ଏବଂ ବିଶ୍ୱାସର ଏକ ଅନନ୍ୟ ସଙ୍ଗମ, ଯାହା ଭକ୍ତି, ସଂସ୍କୃତି ଏବଂ ଐତିହ୍ୟକୁ ଏକାଠି ସଂରକ୍ଷଣ କରି ଆଗକୁ ବଢିବା ଆମ ମୂଳ
ତତ୍ତ୍ୱ ବୋଲି ଦର୍ଶାଏ I
ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ
ଭାବରେ,
ଏବଂ ସର୍ବୋପରି, ଏହି ଓଡ଼ିଆ ମାଟିର ଜଣେ ଗର୍ବିତ ସନ୍ତାନ ଭାବରେ, ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥ ବୀର ବଳଭଦ୍ର ଏବଂ ମାତା ସୁଭଦ୍ରାଙ୍କ
ଚରଣ କମଳରେ ମୋର ପ୍ରାର୍ଥନା ଅର୍ପଣ କରିବା ସହ ସମସ୍ତଙ୍କ ପାଇଁ ଶାନ୍ତି, ଶକ୍ତି ଏବଂ ଆଧ୍ୟାତ୍ମିକ ଜାଗରଣ କାମନା କରୁଛି। ଜୟ ଜଗନ୍ନାଥ ।
....
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା