ଭୁବନେଶ୍ୱର, 27 ଜୁନ୍ (ହି.ସ.)- ସନ୍ତରଣକାରୀ
ମନ୍ନତା ମିଶ୍ର ଓ ପ୍ରତ୍ୟାଶା ରାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ୭୮ତମ ସିନିୟର ନ୍ୟାସନାଲ
ଆକ୍ୱାଟିକ୍ ଚାମ୍ପିଅନ୍ଶିପ୍ ୨୦୨୫ରେ ଓଡିଶାର ସନ୍ତରଣକାରୀ ମନ୍ନତା ମିଶ୍ରଙ୍କୁ ୧୦୦ମି.
ବ୍ରେଷ୍ଟ ଷ୍ଟ୍ରୋକ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ପାଇଁ ଓ ପ୍ରତ୍ୟାଶା ରାୟଙ୍କୁ ୧୦୦ମି.
ବ୍ୟାକ୍ଷ୍ଟ୍ରୋକ୍ ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ପାଇଁ ଅଭିନନ୍ଦନ। ସେମାନେ ଏହି ବିଜୟ
ଧାରାକୁ ଜାରି ରଖନ୍ତୁ ଏବଂ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣୁନ୍ତୁ। ସେମାନଙ୍କୁ ଶୁଭେଚ୍ଛା ଓ ଅନେକ
ଶୁଭକାମନା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା