ପ୍ରସିଦ୍ଧ ଆକ୍ଟର ଶେଫାଲୀ ଜରିୱାଲାଙ୍କ ବିୟୋଗ
ମୁମ୍ବାଇ, 28 ଜୁନ୍ (ହି.ସ.) -‘କାଣ୍ଟା ଲଗା ଗର୍ଲ’ ନାମରେ ପ୍ରସିଦ୍ଧ ଅଭିନେତ୍ରୀ ଶେଫାଲୀ ଜରିୱାଲାଙ୍କର ହଠାତ୍ ବିୟୋଗ ହୋଇଛି । ତାଙ୍କ ପରଲୋକ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକ ଖେଳିଯାଇଛି । ଶେଫାଲୀ ମାତ୍ର ୪୨ ବର୍ଷ ବୟସର ଥିଲେ। ତାଙ୍କ ବିୟୋଗ ନେଇ ଭିକି ଲ
ପ୍ରସିଦ୍ଧ ଆକ୍ଟର ଶେଫାଲୀ     ଜରିୱାଲାଙ୍କ ବିୟୋଗ


ମୁମ୍ବାଇ, 28 ଜୁନ୍ (ହି.ସ.)

-‘କାଣ୍ଟା ଲଗା ଗର୍ଲ’ ନାମରେ

ପ୍ରସିଦ୍ଧ ଅଭିନେତ୍ରୀ ଶେଫାଲୀ ଜରିୱାଲାଙ୍କର ହଠାତ୍ ବିୟୋଗ ହୋଇଛି । ତାଙ୍କ ପରଲୋକ ଖବର ଶୁଣିବା ପରେ ଇଣ୍ଡଷ୍ଟ୍ରିରେ ଶୋକ ଖେଳିଯାଇଛି

। ଶେଫାଲୀ ମାତ୍ର ୪୨ ବର୍ଷ ବୟସର ଥିଲେ। ତାଙ୍କ ବିୟୋଗ ନେଇ ଭିକି ଲାଲୱାଣୀ ତାଙ୍କର ସୋସିଆଲ

ମିଡ଼ିଆରେ ପୋଷ୍ଟ କରିଛନ୍ତି। ଖବର ଅନୁସାରେ, ଶେଫାଲୀଙ୍କୁ ହସ୍ପିଟାଲ୍‌ରେ

ଆଣିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଛନ୍ତି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ

ଜଣା ପଡିନାହିଁ ଓ ଏହା ସମ୍ବନ୍ଧରେ ତଦନ୍ତ ଜାରି ଅଛି।

ହସ୍ପିଟାଲ୍ ଷ୍ଟାଫଙ୍କ

ଅନୁସାରେ,

ଶେଫାଲୀ ଜରିୱାଲାଙ୍କୁ ଯେତେବେଳେ ହସ୍ପିଟାଲ୍‌କୁ ଆଣାଯାଇଥିଲା, ସେ ମୃତ୍ୟୁବରଣ କରିସାରିଥିଲେ । କୁହାଯାଉଛି ଯେ, ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ, ଯାହା ପରେ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ

ନେଇଯାଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande