ହିମାଚଳ ପ୍ରଦେଶରେ ଜୁଲାଇ 4ଯାଏ ବର୍ଷା ଆଲର୍ଟ, ସିରମୌର ଓ ସୋଲନ ଜିଲ୍ଲାରେ ବନ୍ୟା ଆଲର୍ଟ
ଶିମଲା, 28 ଜୁନ୍ (ହି.ସ.)- ହିମାଚଳ ପ୍ରଦେଶର ଅଧିକାଂଶ ଅଞ୍ଚଳରେ ଶନିବାର ଦିନ ବର୍ଷା ଜାରି ରହିଛି। ଗତ ରାତିରେ ରାଜଧାନୀ ଶିମଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହାର ପରିଣାମ ତାପମାତ୍ରା ହ୍ରାସ ପାଇଛି ଓ ପାଗ ଥଣ୍ଡା ରହିଛି। ପାଣିପାଗ ବିଭାଗ ରାଜ୍ୟରେ ଆସନ୍
ହିମାଚଳ ପ୍ରଦେଶରେ ଜୁଲାଇ     4ଯାଏ ବର୍ଷା ଆଲର୍ଟ, ସିରମୌର ଓ ସୋଲନ ଜିଲ୍ଲାରେ ବନ୍ୟା ଆଲର୍ଟ


ଶିମଲା, 28 ଜୁନ୍ (ହି.ସ.)- ହିମାଚଳ ପ୍ରଦେଶର

ଅଧିକାଂଶ ଅଞ୍ଚଳରେ ଶନିବାର ଦିନ ବର୍ଷା ଜାରି ରହିଛି। ଗତ ରାତିରେ ରାଜଧାନୀ ଶିମଲାରେ ପ୍ରବଳ

ବର୍ଷା ରେକର୍ଡ କରାଯାଇଛି, ଯାହାର ପରିଣାମ ତାପମାତ୍ରା ହ୍ରାସ ପାଇଛି ଓ ପାଗ ଥଣ୍ଡା ରହିଛି।

ପାଣିପାଗ ବିଭାଗ ରାଜ୍ୟରେ

ଆସନ୍ତା ୪ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ବିଶେଷଭାବେ ୨୯ ଜୁନ

ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି ।ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ଆଶଙ୍କା କରାଯାଇଛି।

ପାଣିପାଗ ବିଭାଗର ତଥ୍ୟ ଅନୁସାରେ

ସୋଲନ୍ ଓ ସିରମୌର୍ ଜିଲ୍ଲା ପାଇଁ ବିଶେଷ ସତର୍କତା ଜାରି କରାଯାଇଛି। ଏହି ଅଞ୍ଚଳଗୁଡିକରେ ଆଗାମୀ

୨୪ ଘଣ୍ଟା ମଧ୍ୟରେ ଅଚାନକ ବନ୍ୟା ହେବାର ସମ୍ଭାବନା ଅଛି।

ପ୍ରଶାସନ ଲୋକମାନଙ୍କୁ

ଅପିଲ୍ କରିଛି ଯେ ସେମାନେ ନଦୀ, ନାଳ ନିକଟକୁ ଯାଆନ୍ତୁନାହିଁ ଓ ସଂପୂର୍ଣ୍ଣ ସତର୍କ ରୁହନ୍ତୁ। ସିରମୌର୍ ଜିଲ୍ଲାରେ

ବିଶେଷଭାବରେ ଗିରି, ଯମୁନା, ଜଲାଲ୍, ଟୋନ୍ସ୍ ଓ ମାରକଣ୍ଡା ନଦୀର ଜଳସ୍ତର ଅତି ଦ୍ରୁତ ଭାବେ ବୃଦ୍ଧି

ପାଇପାରେ,

ଯାହା ଫଳରେ ଜୀବନ ଓ ସମ୍ପତ୍ତିର କ୍ଷତି ହେବାର ଆଶଙ୍କା ରହିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande