କୋଲକାତା, 28 ଜୁନ୍ (ହି.ସ.)- କୋଲକାତାର
କସବା ଅଞ୍ଚଳରେ ଥିବା ଏକ ଲ’ କଲେଜରେ ଜଣେ ଛାତ୍ରୀଙ୍କ ସହ ଘଟିଥିବା ସାମୂହିକ ଦୁଷ୍କର୍ମ ମାମଲା ରାଜନୈତିକ ରୂପ ଧାରଣ
କରିଛି। ଏହି ସମ୍ବେଦନଶୀଳ ଘଟଣାରେ ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ସହ ତୃଣମୂଳ
କଂଗ୍ରେସର ଛାତ୍ର ସଂଗଠନ ତୃଣମୂଳ ଛାତ୍ର ପରିଷଦ ସହ ସମ୍ପର୍କ ଥିବା ଜଣାପଡିଛି । ପୁଲିସ୍ ସୂତ୍ର ଓ ଛାତ୍ରଛାତ୍ରୀମାନେ ଏହା ସ୍ପଷ୍ଟ
କରିଛନ୍ତି।
ପୁଲିସ୍ ସୂତ୍ର ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ର (30) ଲ’ କଲେଜର ପୂର୍ବତନ ଛାତ୍ର ଅଟେ, ଯାହାକୁ ସମ୍ପ୍ରତି କଲେଜ ପ୍ରଶାସନ ଅସ୍ଥାୟୀ ଷ୍ଟାଫ ଭାବେ ନିଯୁକ୍ତ
କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ—ପ୍ରମିତ ମୁଖୋପାଧ୍ୟାୟ (20) ଓ ଜୈବ ଅହମ୍ମଦ୍ (19) ବର୍ତ୍ତମାନରେ
କଲେଜର ଛାତ୍ର ଓ ଟିଏମସିପିଗତିବିଧିରେ ସକ୍ରିୟ ଭାବେ ସାମିଲ ଅଛନ୍ତି।
ମନୋଜିତ ମିଶ୍ରଙ୍କ ତୃଣମୂଳ
କଂଗ୍ରେସର ଶୀର୍ଷ ନେତାମାନଙ୍କ ସହ ଥିବା ଫଟୋଗୁଡିକ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହି
ଘଟଣାକୁ ନେଇ ରାଜନୈତିକ ଘମାସାନ ଅଧିକ ତୀବ୍ର ହୋଇଛି ।
ଏହି ଫଟୋରେ
ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା ଓ ପାର୍ଟିର ମହାସଚିବ ଅଭିଷେକ ବାନାର୍ଜୀ, ରାଜ୍ୟର
ଅର୍ଥ ରାଜ୍ୟମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ, ଓ
କୋଲକାତା ନଗର ନିଗମର ପାର୍ଷଦ ଓ ମୁଖ୍ୟମନ୍ତ୍ରୀଙ୍କ ଭାଉଜ କଜରୀ ବାନାର୍ଜୀଙ୍କ ସହ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା