ବେଙ୍ଗାଲୁରୁ, 28 ଜୁନ୍ (ହି.ସ.)
- କେନ୍ଦ୍ର
ସରକାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍
(ଆଇପିଏଲ୍) 2025 ଜିତିବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପକ୍ଷରୁ ଆୟୋଜିତ
ଉତ୍ସବ ସମୟରେ ଘଟିଥିବା ଦଳାଚକଟା ମାମଲାରେ ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡତ
କରିବାକୁ ଅନୁମତି ଦେଇଛନ୍ତି। ଏହି ଦୁଃଖଦ ଘଟଣାରେ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ଅନେକ
ଆହତ ହୋଇଥିଲେ।
ଏହି ଟ୍ରାଜେଡିକୁ
ଦୃଷ୍ଟିରେ ରଖି, ରାଜ୍ୟ
ସରକାର କର୍ତ୍ତବ୍ୟରେ ଅବହେଳା ପାଇଁ ତିନି ବରିଷ୍ଠ ଆଇପିଏସ ଅଧିକାରୀ ବେଙ୍ଗାଲୁରୁ ସହରର ପୋଲିସ୍
କମିଶନର୍ ବି. ଦୟାନନ୍ଦ, ଉପ ପୋଲିସ୍ କମିଶନର୍ ବିକାଶ କୁମାର ଓ ଶେଖରଙ୍କୁ ସସପେଣ୍ଡ କରିଥିଲେ। ରାଜ୍ୟ ସରକାର ତାଙ୍କ
ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଏକ ରିପୋର୍ଟ ଡିପିଏଆର୍ ମାଧ୍ୟମରେ
କେନ୍ଦ୍ର ସରକାରଙ୍କୁ ପଠାଇଥିଲେ ଓ ବର୍ତ୍ତମାନ କେନ୍ଦ୍ର ସରକାର ସେହି ରିପୋର୍ଟକୁ ବିଚାର କରି
ତାହାକୁ ମଞ୍ଜୁରି ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା