ଗୁରୁପୂର୍ଣ୍ଣିମାରେ ଗୁରୁ ପୂଜନୋତ୍ସବ ପାଇଁ ବୈଠକ
ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ବଲାଙ୍ଗିର ସ୍ଥିତ ଶ୍ରୀନୃସିଂହ ମନ୍ଦିର କାର୍ଯ୍ୟାଳୟ ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ତା.୧୦.୦୭.୨୦୨୫ ଗୁରୁ ପୂର୍ଣ୍ଣିମା ଦିନ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଗୁ
ଗୁରୁପୂର୍ଣ୍ଣିମାରେ ଗୁରୁ ପୂଜନୋତ୍ସବ ପାଇଁ ବୈଠକ


ବଲାଙ୍ଗୀର, ୨୯ ଜୁନ୍‌(ହି.ସ.) – ବଲାଙ୍ଗିର ସ୍ଥିତ ଶ୍ରୀନୃସିଂହ ମନ୍ଦିର କାର୍ଯ୍ୟାଳୟ ଠାରେ ଗୁରୁଭାଇ ଓ ଭଉଣୀ ସେବା ସଂଘ ଟ୍ରଷ୍ଟ ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁ ପୂଜନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ତା.୧୦.୦୭.୨୦୨୫ ଗୁରୁ ପୂର୍ଣ୍ଣିମା ଦିନ ଶ୍ରୀ ନୃସିଂହ ମନ୍ଦିର ପରିସରରେ ଗୁରୁପୂଜନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ଉକ୍ତ ଦିନ ରେ ସକାଳ ଘ.୯ ସମୟରେ ଏକ ଅଧ୍ୟାୟ ଭାଗବତ ପାରାୟଣ ଗୁରୁଭାଇ ଲିପକ ମିଶ୍ର ଦ୍ୱାରା ପରିବେଷଣ କରାଯିବ। ପୂର୍ବାହ୍ନ ଘ.୧୧.୩୦ ମି, ସମୟରେ ଗୁରୁଭାଇ ଭଉଣୀ ସେବା ସଂଘର ବାର୍ଷିକ ବିବରଣୀ ପଠନ, ଆୟବ୍ୟୟ ର ହିସାବ ତାଲିକା, ସଂଗଠନ ସମ୍ବନ୍ଧରେ ବିଭିନ୍ନ ସୂଚନା ସମେତ ଆଗାମୀ ବୃନ୍ଦାବନ ଧାମ ଯାତ୍ରା ସମ୍ବନ୍ଧରେ ସୂଚନା ପ୍ରଦାନ କରାଯିବ। ପରେ ସମୟ ୧୨ ଘଂଟା ସମୟରେ ଗୁରୁ ପୂଜନ ଓ ଆଶିର୍ବଚନ ଗ୍ରହଣ କରାଯିବା ପାଇଁ ସ୍ଥିର କରାଯାଇଅଛି। ଏହି ସଭାରେ ସଂଘର ସଭାପତି ଚନ୍ଦ୍ର କୁମାର ପୁରୋହିତ ଓ ସମ୍ପାଦକ ନାରାୟଣ ପୁରୋହିତ ସମେତ ଉପଦେଷ୍ଟା ହଜାରୀ ମିଶ୍ର, କିଶୋର କୁମାର ପୁରୋହିତ, କୋଷାଧ୍ୟକ୍ଷ ଜଗମୋହନ ତ୍ରିପାଠୀ, ବରିଷ୍ଠ ସଭ୍ୟ ପ୍ରଭାତୀ କୁମାର ଦାଶ, ରାକେଶ ପଣ୍ଡା, ସିଦ୍ଧେଶ୍ୱର ପାଣିଗ୍ରାହୀ, ବ୍ରଜ ମୋହନ ସାହୁ, ଦିଲିପ କୁମାର ନାୟକ, ଲଳିତ କୁମାର ବହିଦାର, ଭୁସାଗର ଡାଙ୍ଗ, ବଳଭଦ୍ର ପଣ୍ଡା ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande