କେନ୍ଦ୍ରାପଡ଼ା, ୨୯ ଜୁନ୍(ହି.ସ.) –କେନ୍ଦ୍ରାପଡ଼ା ବ୍ଲକ ଚକ୍ରୋଡା ପଂଚାୟତର ନରିଲୋ ଗ୍ରାମରେ କଳାକାର ହରିହର ମଲିକଙ୍କ ଦ୍ୱାଦଶ ସ୍ମୃତି ଓ ଭଜନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସଂଗୀତ ନିର୍ଦେଶକ ସତ୍ୟ ପ୍ରିୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ଜିଲ୍ଲାର ଶତାଧିକ କଣ୍ଠ ଶିଳ୍ପୀ ମାନେ ଯୋଗଦାନ କରି ସ୍ୱର୍ଗତ ହରିହରଙ୍କ ସ୍ମୃତି ଚାରଣ କରିଥିଲେ । ଡେରାବିଶ ବ୍ଲକର ଜନ କଲ୍ୟାଣ ବିଭାଗର ସଂଯୋଜକ ତଥା ବିଶିଷ୍ଠ କଣ୍ଠ ଶିଳ୍ପୀ ଦେବେଶ କୁମାର ବେହେରା, ପାଟକୁରା ବିକାଶ ପରିଷଦର ସଂଗଠନ ସମ୍ପାଦକ ପ୍ରଦୀପ କୁମାର ବେହୁରା ପ୍ରମୁଖ ଅତିଥି ରୂପେ ଯୋଗ ଦାନ କରି ସ୍ୱର୍ଗତ କଳାକାରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକ ପାତ କରି କେନ୍ଦ୍ରାପଡ଼ା ଜିଲ୍ଲା ରେ ତାଙ୍କ କଳାର ସ୍ୱତନ୍ତ୍ରତା ଉପରେ ଅବିଭାଷଣ ଦେଇଥିଲେ । ଏହି ଅବସରରେ ରୟାଲ ମୁଜିକାଲ ଗ୍ରୁପ ଦ୍ୱାରା ଏକ ମନୋଜ୍ଞ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। କଣ୍ଠ ଶିଳ୍ପୀ ଭଞ୍ଜ କିଶୋର, ଗୋଲଖ ସେଠୀ, ଝିଲି ମଲିକ ଓ କେନ୍ଦ୍ରାପଡ଼ା ଦୃଷ୍ଟି ହିନ୍ନ କଳାକାର ଗ୍ରୁପର ଶିଳ୍ପୀମାନଙ୍କ ଦ୍ୱାରା ହୃଦୟ ସ୍ପର୍ଶୀ ଭଜନଗୁଡିକ ପରି ବେଷଣ କରାଯାଇଥିଲା । ବିଶେଷ ଭାବେ ଦୃଷ୍ଟିହୀନ କଣ୍ଠ ଶିଳ୍ପୀମାନଙ୍କ ଭିକାରୀ ବଳଙ୍କ ଲୋକ ପ୍ରିୟ ଭଜନଗୁଡିକ ମଂଚରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଥିଲା । ଚକ୍ରୋଡା ପଂଚାୟତର ପୂର୍ବ ତନ ସରପଂଚ ବସନ୍ତ କୁମାର ରାଉତ ଓ ନରିଲୋ ଗ୍ରାମର ଯୁବକମାନେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି