ଜୟପୁର ସିଟିଜେନ କମିଟିର କାର୍ଯ୍ୟକାରିଣୀ ବୈଠକ
ଜୟପୁର, ୨୯ ଜୁନ୍ (ହି.ସ.) - ଜୟପୁର ସିଟିଜେନ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ ନାଗରିକ ଭ୍ୱନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଶାସନକୁ ସହରରେ ରହିଥିବା ସମସ୍ୟା ଏବଂ ତାହାର ସମାଧାନ କରିବା ନିମନ୍ତେ ଲିଖିତ ଅନୁରୋଧ କରିବା ସହ ଦାବୀ କରିଛନ୍ତି। ଏଥି ମଧ୍ୟରୁ ପ୍ରମୁଖ ଦାବୀ ଗୁଡ଼ିକ ହେଲା ସହର
ଜୟପୁର ସିଟିଜେନ କମିଟିର କାର୍ଯ୍ୟକାରିଣୀ ବୈଠକ।


ଜୟପୁର, ୨୯ ଜୁନ୍ (ହି.ସ.) - ଜୟପୁର ସିଟିଜେନ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ ନାଗରିକ ଭ୍ୱନ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଶାସନକୁ ସହରରେ ରହିଥିବା ସମସ୍ୟା ଏବଂ ତାହାର ସମାଧାନ କରିବା ନିମନ୍ତେ ଲିଖିତ ଅନୁରୋଧ କରିବା ସହ ଦାବୀ କରିଛନ୍ତି। ଏଥି ମଧ୍ୟରୁ ପ୍ରମୁଖ ଦାବୀ ଗୁଡ଼ିକ ହେଲା ସହର ମଧ୍ୟ ଦେଇ ଯାଉଥିବା ପ୍ରମୁଖ ନର୍ଦ୍ଦମା ଗୁଡ଼ିକୁ ଭୂତଳ ଶ୍ୱେଏଜ ସିଷ୍ଟମରେ ଅନ୍ତର୍ଭୁକ୍ତ କରିବା, ସହରରେ ଗୋଟିଏ ରାତ୍ର ପୋଷ୍ଟ ଅଫିସ କରିବା, ସହରର ମଧ୍ୟ ଭାଗରେ ରେଳ ଯାତ୍ରା ଟିକଟ ବୁକିଙ୍ଗ କାଉଂଟର କରିବା, ସର୍ଦାର ପଟେଲ ମାର୍ଗରେ ମହିଳାଙ୍କ ନିମନ୍ତେ ଆଧୁନିକ ଶୌଚାଳୟ କରିବା, ବରିଷ୍ଟ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ, ସହରରେ ଭୁ ବନ୍ଦବସ୍ତ ସେଟେଲମେଂଟ କରିବା, ଡିହେଚହେଚ ରେ ଜନ୍ମ କିମ୍ବା ମୃତ୍ୟୁ ହେଲେ ପୌରରେ ଏହାର ପ୍ରମାଣ ପତ୍ର ଦେବା, ଦ୍ୱିତୀୟ ଦୈନିକ ବଜାର ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଡିହେଚହେଚରେ ଡାକ୍ତର ନିଯୁକ୍ତି ସହ ଅଲଟ୍ରାସାଉଣ୍ଡ ମେସିନ ସମସ୍ତଙ୍କ ଚିକିତ୍ସା ପାଇଁ ଉପଲବ୍ଧ କରାଇବା ଏହି ବୈଠକରେ ସଭାପତି ଶ୍ରୀମତୀ ବିନୋଦିନୀ ସାନ୍ତ୍ରାପାତ୍ର ସମ୍ପାଦକ ଜି ଭି ରେଡ୍ଡୀ ଉପଦେଷ୍ଟା ସତ୍ୟବାନ ପଣ୍ଡା ଉପସଭାପତି ମଦନ ମୋହନ ନାୟକ କାର୍ଯ୍ୟକାରିଣୀ ସଦସ୍ୟ ଭୀମସେନ ଅଗ୍ରୱାଲ, ଦେବେନ୍ଦ୍ର ବାହିନୀପତି, ପି ମହେଶ୍ୱର, ପରମେଶ୍ୱର ପାତ୍ର, ରତ୍ନାକର ଚୌଧୁରୀ, ଜି ଭି ରାଓ, ଭବାନୀ ଆଚାର୍ଯ୍ୟ, ଗୀତ ପ୍ରକାଶ ମିଶ୍ର, ସାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande