ପୁରୀ ଦଳ ଚକଟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆକ୍ସନ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି
ଭୁବନେଶ୍ୱର, 29 ଜୁନ୍ (ହି.ସ.)- ପୁରୀ ଦଳ ଚକଟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆକ୍ସନ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଯିଏ ଦୋଷୀ ତା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ମୁଣ୍ଡ ଗଡ଼ାନ୍ତୁ । ଚଳିତ ବର୍ଷ ରଥଯାତ୍ରା
ପୁରୀ ଦଳ ଚକଟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆକ୍ସନ ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲା     ବିଜେଡି


ଭୁବନେଶ୍ୱର, 29 ଜୁନ୍ (ହି.ସ.)- ପୁରୀ ଦଳ ଚକଟା ଘଟଣାରେ ସନ୍ଧ୍ୟା ସୁଦ୍ଧା ଆକ୍ସନ ସହ ମୁଖ୍ୟମନ୍ତ୍ରୀଙ୍କ

ଇସ୍ତଫା ଦାବି କଲା ବିଜେଡି । ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଯିଏ ଦୋଷୀ ତା

ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ମୁଣ୍ଡ ଗଡ଼ାନ୍ତୁ । ଚଳିତ ବର୍ଷ ରଥଯାତ୍ରାରେ

ଘଟିଥିବା ବିଭ୍ରାଟ ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ।

ଅରୁଣ ସାହୁ କହିଛନ୍ତି ଯେ, ଏ ବର୍ଷ ନନ୍ଦିଘୋଷ ଗଡ଼ିଲାନି,

ଦଳଚକଟାରେ

ଆହତ ହେଲେ, ସରକାର ତଥ୍ୟ ଲୁଚାଇଲେ । ଏହାର ପରିଣାମ ସ୍ୱରୂପ ଗତକାଲି ଦଳଚକଟାରେ

ତିନି ଜଣ ମଲେ,ଅନେକ ଆହତ ହେଲେ । ସରକାର କିଛି

ଶିଖିବାକୁ ଚାହୁଁ ନାହାନ୍ତି ।

ସେ କହିଛନ୍ତି , ବିଜେପି

ନେତା ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଶୁଣୁଛନ୍ତି । ଅଘଟଣ ସମୟରେ ମୁଖ୍ୟମନ୍ତ୍ରୀ,

ମନ୍ତ୍ରୀ,

ମୁଖ୍ୟ

ଶାସନ ସଚିବ, ଡିଜିପି ଡେରା ପକାଇବା କଥା । ପ୍ରଧାନମନ୍ତ୍ରୀ ମନ କି ବାତରେ ଦଳଚକଟା

କଥା କୁହନ୍ତୁ । ଦାୟୀ ମାନଙ୍କୁ କାହିଁକି ଶାସ୍ତି ଦେଉ ନାହାନ୍ତି?

ଯଦି

ସରକାର ନିଜେ ଦାୟୀ, ଇସ୍ତଫା ଦିଅନ୍ତୁ ।

ବିଜେଡି ବିଧାୟକ କହିଛନ୍ତି ଯେ, କୋଟି କୋଟି ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି । କି ତଦନ୍ତ

କରିବେ? ବଳଭଦ୍ରଙ୍କ ପଡିବା ତଦନ୍ତ ରିପୋର୍ଟ କୁଆଡ଼େ ଗଲା?

ଗୋଟେ

ଭୁଲ ଲୁଚାଇବାକୁ ସରକାର ଭୁଲ ପରେ ଭୁଲ କରି ଚାଲିଛନ୍ତି । ଓଡ଼ିଆ ଅସ୍ମିତା ରସା ତଳକୁ ଗଲାଣି ।

ଯିଏ ଦାୟୀ, ଆଜି ରାତି ସୁଦ୍ଧା ବହିଷ୍କାର କର । କିଏ 15000 କର୍ଡନ ପାସ ଦେଲେ,

ତଦନ୍ତ

ହେଉ? ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande