ବିଜେପି ରାଜ୍ୟ ସଭାପତି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ, କାଲି ନାମାଙ୍କନ
ଭୁବନେଶ୍ୱର, 29 ଜୁନ୍ (ହି.ସ.) - ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହେଲା ପ୍ରକ୍ରିୟା । ଆଜି 11ଟା ବେଳେ ବିଜ୍ଞପ୍ତି ପ୍ରକାଶ ପାଇଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରାଯିବ । 11ଟାରୁ 2ଟା ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ । 2ଟାରୁ 3ଟା ଭିତରେ
ବିଜେପି ରାଜ୍ୟ ସଭାପତି ପାଇଁ ଆଜିଠୁ ପ୍ରକ୍ରିୟା ଆରମ୍ଭ, କାଲି ନାମାଙ୍କନ


ଭୁବନେଶ୍ୱର, 29 ଜୁନ୍ (ହି.ସ.)

- ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହେଲା ପ୍ରକ୍ରିୟା

। ଆଜି 11ଟା ବେଳେ ବିଜ୍ଞପ୍ତି ପ୍ରକାଶ

ପାଇଲା । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରାଯିବ । 11ଟାରୁ 2ଟା ଯାଏଁ ନାମାଙ୍କନ ପ୍ରକ୍ରିୟା ଚାଲିବ । 2ଟାରୁ 3ଟା ଭିତରେ ନାମାଙ୍କନ ଯାଞ୍ଚ ହେବ । ତାପରେ ଆସନ୍ତାକାଲି 4ଟା ବେଳେ ଚୂଡ଼ାନ୍ତ ନାମାଙ୍କନ ପ୍ରକାଶିତ ହେବ । ମୋଟ 273 ଜଣ

ଭୋଟର ଅଛନ୍ତି । ସେଥିରେ ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ

ବିଧାୟକ ଓ ସାଂସଦ ମାନଙ୍କ ମଧ୍ୟରୁ 10 ପ୍ରତିଶତ ଭୋଟର ଭୋଟ ଦେବେ

। ଜୁଲାଇ 1ରେ ସାଢ଼େ 10ଟା ଠାରୁ ଭୋଟିଂ ଆରମ୍ଭ ହେବ ଏବଂ 12.30 ଭିତରେ ଘୋଷଣା ହୋଇଯିବ । ଯଦି ଏକାଧିକ ପ୍ରାର୍ଥୀ ନଥିବେ ତେବେ

ସର୍ବସମ୍ମତି କ୍ରମେ ସଭାପତିଙ୍କ ନାମ ଘୋଷଣା ହେବ । ଯଦି ଏକାଧିକ ପ୍ରାର୍ଥୀ ରୁହନ୍ତି, ତେବେ ଭୋଟିଂ ହେବ । ସାଂଗଠାନିକ ନିର୍ବାଚନ ବିଜେପିର ଡିଏନଏରେ ଅଛି ।

ବୁଥରୁ ଆରମ୍ଭ କରି କେନ୍ଦ୍ରୀୟ ସ୍ତର ପର୍ଯ୍ୟନ୍ତ ନିର୍ବାଚନ ହୁଏ । ସେହି ଅନୁସାରେ ଜିଲ୍ଲା

ସ୍ତର ଯାଏଁ ନିର୍ବାଚନ ସରିଛି ।

ରାଜ୍ୟ ବିଜେପିର ସାଂଗଠାନିକ ନିର୍ବାଚନ ପାଇଁ ସଞ୍ଜୟ ଜୟସ୍ୱାଲ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ

ଦାୟିତ୍ୱରେ ଅଛନ୍ତି । ସଞ୍ଜୟ ଜୟସ୍ୱାଲଙ୍କ ତତ୍ତ୍ଵାବଧାନରେ ହେବ ନିର୍ବାଚନ । ଆସନ୍ତାକାଲି

ଓଡ଼ିଶା ଆସିବେ ସଞ୍ଜୟ ଜୟସ୍ୱାଲ । ଜୁନ 29 ଏବଂ ଜୁଲାଇ 1 ଦୁଇ ଦିନ ଧରି ରହିବେ । ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ରହିବେ ବୋଲି ବିଜେପି

ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande