ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଦିନକ ପାଇଁ ସ୍ଥଗିତ
ଡେରାଡୁନ, 29 ଜୁନ୍ (ହି.ସ.)-ଉତ୍ତରାଖଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଦୀ-ନାଳରେ ଜଳସ୍ତର ବୃଦ୍ଧି ପାଇଛି । ପ୍ରବଳ ବର୍ଷା ଓ ଭୂସ୍ଖଳନର ଆଶଙ୍କାକୁ ଦେଖି ଚାରିଧାମ ଯାତ୍ରାକୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ
ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଦିନକ ପାଇଁ ସ୍ଥଗିତ


ଡେରାଡୁନ, 29 ଜୁନ୍ (ହି.ସ.)-ଉତ୍ତରାଖଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ପାହାଡ଼ିଆ

ଜିଲ୍ଲାଗୁଡ଼ିକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଦୀ-ନାଳରେ ଜଳସ୍ତର ବୃଦ୍ଧି ପାଇଛି ।

ପ୍ରବଳ ବର୍ଷା ଓ ଭୂସ୍ଖଳନର ଆଶଙ୍କାକୁ ଦେଖି ଚାରିଧାମ ଯାତ୍ରାକୁ ପରବର୍ତ୍ତୀ ୨୪ ଘଣ୍ଟା ପାଇଁ

ସ୍ଥଗିତ କରାଯାଇଛି।

ଯାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସମ୍ପୃକ୍ତ ଜିଲ୍ଲାମାନଙ୍କର

ପ୍ରଶାସନକୁ ଅଲର୍ଟ ରଖାଯାଇଛି ଓ ରିଲିଫ ଏବଂ ଉଦ୍ଧାର ଦଳଗୁଡ଼ିକୁ ସକ୍ରିୟ କରାଯାଇଛି।

ଗଢ଼ୱାଲ କମିଶନର ବିନୟ ଶଙ୍କର ପାଣ୍ଡ୍ୟେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ

ବର୍ତ୍ତମାନ ପାଣିପାଗକୁ ଧ୍ୟାନରେ ରଖି ଏହି ନିଷ୍ପତି ନିଆଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ,

ଯାତ୍ରୀମାନଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ

କରାଯାଇଛି, ଯାହା ଦ୍ୱାରା ରାସ୍ତାରେ ଅଟକିଥିବା ଶ୍ରଦ୍ଧାଳୁମାନେ କୌଣସି ଅସୁବିଧାର

ସମ୍ମୁଖୀନ ନ ହୁଅନ୍ତୁ ଏବଂ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ପହଁଚାଇ ଦିଆଯାଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande