ଆସନ୍ତା କାଲି ହେବ ନାହିଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ
ଭୁବନେଶ୍ୱର, 29 ଜୁନ୍ (ହି.ସ.) ଅନିବାର୍ଯ୍ୟ କାରଣ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଥିବା ସୂଚନା ଭୁବନେଶ୍ୱର, 29 ଜୁନ (ହି.ସ.) ଆସନ୍ତା କାଲି ଅର୍ଥାତ ଜୁନ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ
ଆସନ୍ତା କାଲି ହେବ ନାହିଁ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ


ଭୁବନେଶ୍ୱର, 29 ଜୁନ୍ (ହି.ସ.)

ଅନିବାର୍ଯ୍ୟ କାରଣ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଥିବା ସୂଚନା

ଭୁବନେଶ୍ୱର, 29 ଜୁନ (ହି.ସ.) ଆସନ୍ତା କାଲି ଅର୍ଥାତ ଜୁନ ୩୦ ତାରିଖ (ସୋମବାର) ଦିନ ଭୁବନେଶ୍ଵର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି କାର୍ଯ୍ୟ ଅନିର୍ବାଯ୍ୟ କାରଣ ବଶତଃ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି।

ବିଭାଗ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ, ଆସନ୍ତା ୩୦ ତାରିଖ ଦିନ ଭୁବନେଶ୍ୱରର ୟୁନିଟ-୨, ଅଶୋକନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟ) ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ଜନଶୁଣାଣି ଶିବିର ଅନିବାର୍ଯ୍ୟ କାରଣ ହେତୁ ସ୍ଥଗିତ ରହିଛି।

ଏହି ଜନଶୁଣାଣି ପାଇଁ ଅନଲାଇନରେ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଅଭିଯୋଗଗୁଡିକ ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଶୁଣାଣିର ତାରିଖ ଓ ସମୟ ସମ୍ପର୍କିତ ସୂଚନା ପରେ ଜଣାଇ ଦିଆଯିବ। ଏହି ସୂଚନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ଦ୍ୱାରା ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande