ହିମାଚଳ ପ୍ରଦେଶରେ ମୌସୁମୀର କହର, 8ଦିନରେ 34ଜଣଙ୍କ ମୃତ୍ୟୁ
ଶିମଲା, 29 ଜୁନ୍ (ହି.ସ.)- ହିମାଚଳ ପ୍ରଦେଶରେ ଏଥର ମୌସୁମୀ ଭୟାନକ ରୂପ ଧାରଣ କରିଛି। ସାଧାରଣତଃ ଜୁଲାଇ-ଅଗଷ୍ଟରେ ବିପର୍ଯ୍ୟୟ ମଚାଉଥିବା ମୌସୁମୀ ଏଥର ୨୦ ଜୁନ୍ ରେ ପ୍ରବେଶ କରିବା ସହିତ କହର ମଚାଇଛି । ଗତ ୮ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୩୪
ହିମାଚଳ ପ୍ରଦେଶରେ ମୌସୁମୀର କହର, 8ଦିନରେ 34ଜଣଙ୍କ ମୃତ୍ୟୁ


ଶିମଲା, 29 ଜୁନ୍ (ହି.ସ.)- ହିମାଚଳ ପ୍ରଦେଶରେ ଏଥର ମୌସୁମୀ ଭୟାନକ ରୂପ ଧାରଣ କରିଛି। ସାଧାରଣତଃ

ଜୁଲାଇ-ଅଗଷ୍ଟରେ ବିପର୍ଯ୍ୟୟ ମଚାଉଥିବା ମୌସୁମୀ ଏଥର ୨୦ ଜୁନ୍ ରେ ପ୍ରବେଶ କରିବା ସହିତ କହର ମଚାଇଛି

। ଗତ ୮ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୩୪ ଜଣ ଲୋକଙ୍କ

ମୃତ୍ୟୁ ହୋଇଛି ଓ ୭୪ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏଥିରେ ୪ ଜଣ ନିଖୋଜ ଅଛନ୍ତି। ବ୍ୟାପକ

ବିନାଶ ଯୋଗୁ ରାଜ୍ୟରେ ସରକାରୀ ଓ ବେସରକାରୀ ସମ୍ପତ୍ତିର ୭୧ କୋଟି ଟଙ୍କାରୁ ଅଧିକ କ୍ଷତି

ହୋଇଛି।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ,

୨୦

ଜୁନ୍ ରୁ ୨୮ ଜୁନ୍ ପର୍ଯ୍ୟନ୍ତ ଘଟିଥିବା ଘଟଣାଗୁଡ଼ିକରେ ସବୁଠୁ ଅଧିକ ୧୭ ଜଣ ଲୋକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ହୋଇଛି। ଏହାସହିତ ଫ୍ଲାଶ୍ ଫ୍ଲଡ୍‌ରେ ୭ ଜଣ, ଜଳସ୍ରୋତରେ ଭାସିଯାଇ ୪

ଜଣ, ପାହାଡ଼ରୁ ଖସିପଡ଼ିବାରୁ ୨ ଜଣ, ବଜ୍ରାଘାତରୁ ୨ ଜଣ, ସାପ କାମୁଡ଼ିବାରୁ ଜଣେ, ଏବଂ

ଅନ୍ୟ କାରଣରୁ ଜଣଙ୍କର ମୃତ୍ୟୁ ଘଟିଛି। କେବଳ କାଙ୍ଗଡ଼ା ଜିଲ୍ଲାରେ ମାତ୍ର ଫ୍ଲାଶ୍ ଫ୍ଲଡ୍‌

ଯୋଗୁଁ ୬ ଜଣ ଲୋକ ଜୀବନ ହାରାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande